ଯୁବକଙ୍କ ମୁହଁକୁ ହାଣି ହତ୍ୟା କଲେ ଦୁର୍ବୁତ୍ତ

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା-ଧାମରା ରେଳ ଓଭରବ୍ରିଜ ନିକଟରେ ଦୁର୍ବୃତ୍ତମାନେ ଜଣେ ଯୁବକକୁ ଧାରୁଆ ମାରଣାସ୍ତ୍ରରେ ମୁହଁକୁ ହାଣି ହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଭଦ୍ରକ ଟାଉନ୍‌ର ଅଜୟ ଦାସଙ୍କ ପୁଅ ଚିଣ୍ଟୁ ଦାସ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଚରମ୍ପା-ଧାମରା ରେଳ ଓଭରବ୍ରିଜ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକେ ଏବାବଦରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ।