ଆଦାନୀ ପ୍ରସଙ୍ଗରେ ଏଲ୍ଆଇସିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ୍
ନୂଆଦିଲ୍ଲୀ: (ସଂକେତ୍ ଟିଭି) ଏଲ୍ଆଇସିକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଲା କଂଗ୍ରେସ୍। କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ ଏବେ ଏଲ୍ଆଇସିର ନାରା ପରିବର୍ତ୍ତନ କରିବାକୁ ସମୟ ଆସିଯାଇଛି। ଏଲ୍ଆଇସିର ନାରା ଜୀବନ ସାଥିରେ ବି ଓ ଜୀବନ ପରେ ବି କୁ ବଦଳାଇ ଜୀବନ ସହ ଥିଲା ଏବେ ଆଦାନୀ ଜୀଙ୍କ ସହ ଅଛି କରି ଦେବା ଦରକାର। ବର୍ତ୍ତମାନ ଏଲ୍ଆଇସିର ଏଭଳି ସ୍ଥିତି ରହିଥିବା ବେଳେ ପ୍ରଧାନ ସଂରକ୍ଷକ କିନ୍ତୁ ନିରବ ବୋଲି ଶ୍ରୀ ଖେଡ଼ା କହିଛନ୍ତି।
ଆଜି ବିରୋଧୀ ଦଳର ସାଂସଦମାନେ ଅଡାନୀ ପ୍ରସଙ୍ଗରେ ଉଭୟ ସଦନରେ ଆଲୋଚନା ପାଇଁ ଦାବି କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଘଟଣାକୁ ନେଇ ସଂସଦରେ ବିରୋଧୀ ନେତାମାନେ ହଙ୍ଗାମା କରିଥିଲେ। ଫଳରେ ମଧ୍ୟାହ୍ନ ୨ଟାରେ ଉଭୟ ସଦନକୁ ସ୍ଥଗିତ ରଖାଯାଇଛି।
ସେପଟେ ପବନ ଖେଡା ପ୍ରଶ୍ନ କରିଛନ୍ତି ଯେ କାହା ନିର୍ଦ୍ଦେଶରେ ଏଲ୍ଆଇସି ଅଡାନୀ ବ୍ୟବସାୟରେ ନିବେଶ ବଢ଼ାଇଥିଲା ? ଖେଡ଼ା କହିଛନ୍ତି ଆମ ସମୟରେ ଗୋଟି ଗୀତ ଥିଲା ‘ଭୱରେଁ ନେ ଖିଲାୟା ଫୁଲ୍’… ଫୁଲକୁ ନେଇଗଲା ହିଣ୍ଡେନବର୍ଗ।
ତେବେ ଏନେଇ ଏକ ସଂଯୁକ୍ତ ସଂସଦୀୟ କମିଟି ଓ ନ୍ୟାୟାଳୟ ଦ୍ୱାରା ମାମଲାର ଯାଞ୍ଚ କରିବାକୁ କଂଗ୍ରେସ ଦାବି କରିଛି। ଏନେଇ ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି ଯେ ଅଡାନୀ ଗ୍ରୁପରେ ସରକାର ଖାଇରେ ପଡ଼ିଛନ୍ତି। ଏଥିପାଇଁ ରାଜ୍ୟସଭା ଓ ଲୋକସଭା ଉଭୟ ସଦନକୁ ସ୍ଥଗିତ କରିଦିଆଯାଇଛି।
ଏନେଇ ଜୟରାମ ଟ୍ୱିଟ୍ କରି କହିଛନ୍ତି “ ଆଦାନୀଙ୍କ ମାମଲା ନିଶ୍ଚିତ ରୂପରେ ସେବି ଓ ଆର୍ବିଆଇ ଦ୍ୱାରା ଯାଞ୍ଚ ପରିସର ଭିତରେ ଆସୁଛି। ପ୍ରକୃତରେ କଣ ଏହାର ସ୍ୱାଧୀନ ଭାବେ ଯାଞ୍ଚ ହେବ?”