୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କଲା ଏସଟିଏଫ
ବଲାଙ୍ଗିର : (ସଂକେତ୍ ଟିଭି) କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ ଲିଙ୍ଗରାଜ ବେହେରାକୁ ଗିରଫ କରିବା ସହିତ ତା ନିକଟରୁ ୩୧ ଲକ୍ଷ୍ୟ ୨୭ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଟିଟଲାଗଡ଼ ଥାନା ବସ୍ ଷ୍ଟାଣ୍ଡ ନିକଟରେ ଥିବା ପାର୍କର ମୁଖ୍ୟ ଫାଟକ ନିକଟରେ ନକଲି ନୋଟ୍ କାରବାର ନେଇ ଏସ୍ଟିଏଫ୍ ଟିମ୍ କୁ ସୂଚନା ମିଳିଥିଲା। ଏସ୍ଟିଏଫ୍ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ବ୍ୟବସାୟୀଙ୍କ ନିକଟରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା । ଅଭିଯୁକ୍ତ ବ୍ୟବସାୟୀ ଜଣକ କଳାହାଣ୍ଡି ଜିଲ୍ଲା କଣ୍ଟାମାଳ କେଗୋନ୍ ଥାନା ଅଞ୍ଚଳର ୫୦ ବର୍ଷୀୟ ଲିଙ୍ଗରାଜ ବେହେରା ବୋଲି ଜଣାପଡିଛି ।
ତେବେ ଜବତ୍ ହୋଇଥିବା ନକଲି ନୋଟ୍କୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡକୁ ଯାଞ୍ଚ୍ ଲାଗି ପଠାଯିବ। ବର୍ତ୍ତମାନ ସୁଦ୍ଧା ଏସ୍ଟିଏଫ୍ ଦ୍ଵାରା ୭୮ ଲକ୍ଷ ୭୦ ହଜାର ୬୦୦ ଟଙ୍କାର ନକଲି ନୋଟ ଜବତ୍ ହୋଇଛି।