ପୁଣି ବଢିଲା ଅମୂଲ କ୍ଷୀର ଦାମ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅମୂଲ କ୍ଷୀର ମୂଲ୍ୟରେ ବୃଦ୍ଧି ଘଟିଛି । ଶୁକ୍ରବାର ଅମୂଲ ଏହାର ଅମୂଲ କ୍ଷୀରର ଦାମ୍‌ରେ ପ୍ରତି ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ବର୍ଦ୍ଧିତ ଦର ଆଜିଠାରୁ ଅର୍ଥାତ୍ ୩ ଫେବୃଆରୀ ଠାରୁ ଲାଗୁ ହୋଇଛି।

ଅମୂଲ ତରଫରୁ ନୂଆ ତାଲିକା ଜାରି କରାଯାଇଛି। ଯେଉଁଥିରେ ଅମୂଲ ତାଜା ୫୦୦ ଏମଏଲର ଦାମ୍ ୨୭ ଟଙ୍କା, ଅମୂଳ ତାଜା ଏକ ଲିଟରର ଦାମ୍‌ ୫୪ ଟଙ୍କା, ଅମୂଲ ତାଜା ୨ ଲିଟରର ଦାମ୍ ୧୦ ଟଙ୍କା, ଅମୂଲ ତାଜା ୬ ଲିଟରର ଦାମ୍ ୩୨୪ ଟଙ୍କା, ଅମୂଲ ଗୋଲ୍ହ ୫୦୦ ଏମଏଲର ଦାମ୍ ୩୩ ଟଙ୍କା, ଅମୂଲ ଗୋଲ୍ଡ ଏକ ଲିଟରର ଦାମ୍ ୬୬ ଟଙ୍କା ହୋଇଛି।

ସେହିଭଳି ଗାଈ କ୍ଷୀର ୫୦୦ ଏମଏଲ ଦାମ ଏବେ ୨୮ ଟଙ୍କା, ୧ ଲିଟରର ଦାମ୍ ୫୬ ଟଙ୍କା ହୋଇଛି। ଅମୂଲ ଏ୨ ମଇଁଷି କ୍ଷୀର ୫୦୦ ଏମଏଲର ଦାମ୍‌ ୩୫ ଟଙ୍କା ଏବଂ ଏ୨ ୧ ଲିଟର ମଇଁଷି କ୍ଷୀରର ଦାମ୍‌ ୭୦ ଟଙ୍କା ହୋଇଛି।