ତାଇୱାନକୁ ଜଗିବ ଆମେରିକା ସେନା

ୱାଶିଂଟନ : (ସଂକେତ୍ ଟିଭି) ଆମେରିକା ଓ ଚୀନ୍‌ ମଧ୍ୟରେ ତାଇୱାନକୁ ନେଇ ଅନେକ ଦିନରୁ ବିବାଦ ଲାଗି ରହିଛି । ନିକଟରେ ଆମେରିକୀୟ ଏୟାରଫୋର୍ସର ସିନିୟର ଜେନେରାଲଙ୍କ ଦାବି କି ୨ବର୍ଷ ପରେ ଏହି ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ହେବ । ଏହି ଆଶଙ୍କାରେ ଉତ୍ତେଜନା ସ୍ଥିତି ଆହୁରି ବଢ଼ି ଯାଇଛି । ଏହି ଭିତରେ , ଆମେରିକୀୟ ମେରାଇନ କୋପର୍ସ ୟୁନିଟ୍ସ ତାଇୱାନ ପାଖରେ ପୋଜିସନ ନେବାକୁ ଯାଉଛି । ଏହି ୟୁନିଟ୍ସର କାମ ରିମୋଟ ଆଇଲ୍ୟାଣ୍ଡରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ।

କୁହାଯାଉଛି କି, ବେଜିଂ ଓ ୱାଶିଂଟନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିପାରେ । ଏଥିରେ ପ୍ରଶ୍ନ ଉଠୁଛି କି , ଯୁଦ୍ଧକୁ ନେଇ କଣ ଏୟାରଫୋର୍ସ ଅଧିକାରୀ ଭବିଷ୍ୟବାଣୀ କରିଛନ୍ତି ? ଏହି ମାସରେ , ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ -୩ ଘୋଷଣା କରିଛନ୍ତି କି ଓକିନାୱାର ଜାପାନୀ ଦ୍ୱୀପ ଉପରେ ଆଧାରିତ ଏକ ସାମୁଦ୍ରିକ ତୋପଖାନା (ଆର୍ଟିଲିରି)କୁ ୨୦୨୫ ପର୍ଯ୍ୟନ୍ତ ଏକ ସାମୁଦ୍ରିକ ଲିଟୋରଲ ରେଜିମେଣ୍ଟ ଭାବେ ପୁନର୍ଗଠିତ କରାଯିବ । ଏହା ମର୍ଡନ ଗୁଇନ୍ଦା, ନିରୀକ୍ଷଣ ଓ ଅନୁସନ୍ଧାନ କ୍ଷମତା ଓ ଆଣ୍ଟି-ସିପ୍ ଯୁକ୍ତ ହେବ ।

ରେଜିମେଣ୍ଟର କମାଣ୍ଡର କର୍ନଲ ଟିମୋଥି ବ୍ରେଡି ଜୁନିୟର ମଇ ୨୦୨୨ରେ ୱାଶିଂଟନ ଡିସିରେ ମଡର୍ନ ଡେ ମେରାଇନ ସମ୍ମିଳନୀରେ କହିଥିଲେ , ୩୭ ଥର ଆୟୋଜିତ କରାଯାଇ ଥିବା ଅଭ୍ୟାସ , କୌଣସି ନୂଆ କଥା ନଥିଲା । ସେ କହିଛନ୍ତି, ଯାହା ନୂଆ ଥିଲା ତାହା ଏହା ଥିଲା କି, ଏମଏଲଆର ଆମର ପ୍ରଥମ ମୁତୟନ ଭାବେ ରୁଷ୍‌ରେ ପ୍ରଥମ ଥର ଏଥିରେ ଭାଗ ନେଇଥିଲା । ଯାହା ବାସ୍ତବରେ ନୂଆ ଥିଲା, ତାହା ମୁଖ୍ୟ ଭୂଭାଗ ଥିଲା, ଯାହାକୁ ଆମେ ବାସ୍ତବରେ ଅପରେଟ୍ କରିଥିଲୁ । ଏପଟେ, ଚୀନ୍ ତାଇୱାନ ମାମଲାରେ ଆମେରିକାକୁ ଦୃଢ଼ ଚେତାବନୀ ଦେଇଛନ୍ତି ।

ଡ୍ରାଗନ କହିଛି କି ଯଦି ଆବଶ୍ୟକ ପଡ଼େ ତ ସେ ସେନାକୁ ନିର୍ଦ୍ଦେଶ ଦେବାକୁ ପଛକୁ ହଟିବନି । ଚାଇନା ବିଦେଶ ମନ୍ତ୍ରାଳୟ କହିଛି କି ଆମର ଆମେରିକାକୁ ଅପିଲ କି ସେ ୱାନ ଚାଇନା ପଲିସିକୁ ଖୁବ୍ ଗୁରୁତର ସହ ନେଇଛି ।

ଉଲ୍ଲେଖନୀୟ ଯେ, ଆମେରିକୀୟ ଏୟାରଫୋର୍ସର ସିନିୟର ଜେନେରାଲ ନିକଟରେ ଦୃଢ଼ତାର ସହ କହିଥିଲେ କି ୨୦୧୫ ମସିହାରେ ଆମେରିକା ଓ ଚୀନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ ।