ରାସ୍ତା ନିର୍ମାଣରେ ବିଳମ୍ବ ପାଇଁ ଧାରଣାରେ ବିଧାୟକ

ବାଲେଶ୍ୱର: (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସେରଗଡ଼ ନୀଳଗିରି ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ପାଇଁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତାଙ୍କ ସହଯୋଗୀମାନେ ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ସହ ରାସ୍ତାର ଖାଲ ମରାମତି କରିବାକୁ ନୀଳଗିରି ଉପଜିଲ୍ଲାପାଳଙ୍କୁ ପୂର୍ବରୁ ଦାବୀ ଜଣାଇଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲ ମନଭାବ ପାଇଁ ଉକ୍ତ ରାସ୍ତାଟି ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ରାସ୍ତାଟି ମରଣଯନ୍ତା ପାଲଟିଛି। ବାଲେଶ୍ଵର ଜାତୀୟ ରାଜପଥ ରୁ ମୟୁରଭଞ୍ଜ କୁ ସଂଯୋଗ କରିଥିବା ଏହି ରାସ୍ତା ଟି ଏବେ ବଡ଼ ବଡ଼ ଖାଲ ଖମା ରେ ଭର୍ତ୍ତି ହୋଇଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବାର ଦେଖାଦେଇଛି।