FeaturedLatestSports

ସାହିଦ୍‌ ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ୍‌ ଆଫ୍ରିଦି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏବେ ପାକିସ୍ତାନର ସ୍ପିଡଷ୍ଟାର ଶାହିନ୍ ଆଫ୍ରିଦି ବିବାହ କରିଛନ୍ତି । ସେ ପାକିସ୍ତାନର ପୂର୍ବତନ ଭେଟେରାନ ସାହିଦ ଆଫ୍ରିଦିଙ୍କ ଝିଅ ଅଂଶାକୁ ବିବାହ କରିଛନ୍ତି।

ଶାହିନ୍ ଏବଂ ଅଂଶା ଆଫ୍ରିଦିଙ୍କ ବିବାହରେ ବିଳମ୍ବ ହୋଇଥିଲା। ସାହିଦ ଆଫ୍ରିଦି ବିଶ୍ୱାସ କରୁଥିଲେ ଯେ ତାଙ୍କ ଝିଅ ପ୍ରଥମେ ପାଠ ପଢିବା ଶେଷ କରିବା ପରେ ବିବାହ କରିବେ । ଶାହିନ୍ ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଆରମ୍ଭରୁ ଅଂଶାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ସେମାନଙ୍କର ଅପେକ୍ଷା ସମାପ୍ତ ହୋଇଛି। ବିବାହ ପରେ ଶ୍ୱଶୁର ଏବଂ ଜ୍ବାଇଁ ମଧ୍ୟ ଏକାଠି ନଜର ଆସିଥିଲେ। ଏଥି ସହ ଶାହିନଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ ସେ ନିକାହ କବୁଲ କରିବା ସମୟରେ ଶେରୱାନୀରେ ବସିଥିବାର ନଜର ଆସିଥିଲେ।

ସାହିଦ ଆଫ୍ରିଦି ଏବଂ ଶାହିନ ଆଫ୍ରିଦିଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ଜ୍ୱାଇଁ ଏବଂ ଶ୍ୱଶୁର ମଧ୍ୟ ଏକାଠି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲା ​। ସୋସିଆଲ ମିଡିଆରେ ପାକିସ୍ତାନୀ ସ୍ପିଡଷ୍ଟାରଙ୍କୁ ଅଭିନନ୍ଦନ ମିଳୁଛି। ଏଥି ସହିତ ସାହିଦ ଆଫ୍ରିଦି ମଧ୍ୟ ଏକ ଭିଡିଓରେ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲେ। ପ୍ରଥମ ଫଟୋରେ ଶାହିନ୍ ଏବଂ ସାହିଦ ଆଫ୍ରିଦି ଏକାଠି ନଜର ଆସିଛନ୍ତି ।