ହୃଦ୍‌ଘାତ ଲକ୍ଷଣ ଚିହ୍ନିବ ଆପ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେତେକ କ୍ଷେତ୍ରରେ ହୃଦ୍‌ଘାତ ହେବା ସମୟରେ ବିଶେଷ ଲକ୍ଷଣ ଜଣାପଡ଼େ ନାହିଁ । ଫଳରେ ରୋଗୀ ଅବସ୍ଥା ଗୁରୁତର ହୋଇଯାଏ । ଏହି ସମସ୍ୟାର ସମାଧାନ ସ୍ୱରୂପ
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଭାସ୍କୁଲାର ସ୍ନାୟୁବିଜ୍ଞାନୀ ଏକ ମୋବାଇଲ ଆପ୍ଲିକେସନ(ଆପ୍‌) ପ୍ରସ୍ତୁତ କରିଛନ୍ତି । ଏହି ଆପ୍‌ ମାଧ୍ୟରେ ହୃଦ୍‌ଘାତ ଲକ୍ଷଣ ସହଜରେ ଜାଣି ହେବ । ଏହାଦ୍ୱାରା ଜଣଙ୍କୁ
ସଠିକ୍‌ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ । ଆପ୍‌ର ନାମ ‘ଏଫ୍‌ଏଏସ୍‌ଟି.ଏଆଇ’ (ଫାଷ୍ଟା.ଏଆଇ)ରଖାଯାଇଛି ।

ଏହି ଆପ୍‌ ଜଣେ ସ୍ନାୟୁବିଜ୍ଞାନୀ ପରି ହୃଦ୍‌ଘାତର ସମସ୍ତ ସାଧାରଣ ଲକ୍ଷଣକୁ ଚିହ୍ନ ଏନେଇ ସୂଚନା ଦେବ । ଲକ୍ଷଣର ସୂଚନା ସହ ଏହି ଆପ୍‌ ଜଣଙ୍କୁ ହୃଦ୍‌ଘାତ ସମ୍ବନ୍ଧୀୟ ପରାମର୍ଶ ଯେପରି, ଖାଦ୍ୟପେୟ,
ବ୍ୟାୟାମ, ଶାରିରୀକ ପରିଶ୍ରମ ଆଦି ବିଷୟରେ ଖବର ଦେବ । କାଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଏହି ଆପ୍‌ରେ ଲର୍ଣ୍ଣିଂ ଆଲଗୋରିଦିମ୍‌ ବ୍ୟବହାର କରିଛନ୍ତି । ଯାହା ମଧ୍ୟମରେ ଜଣେ ବ୍ୟକ୍ତିଙ୍କ
ମୁହଁର ଭାବ, କଥାବାର୍ତ୍ତା କରିବାର ପରିବର୍ତ୍ତନ, ଦୁର୍ବଳତା, ମୁଡ୍‌ ସୁଇଙ୍ଗ ଆଦି ଭାବ ଓ ଅଙ୍ଗଭଙ୍ଗୀକୁ ପରଖି ହୃଦୟର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବ ।

ଏହାସହ ସେହି ଆପ୍‌ରେ ୬୮ ଫେସ୍‌ ଲ୍ୟାଣ୍ଡମାର୍କ ପଏଣ୍ଟ ଯାଞ୍ଚ କରିବା ପାଇଁ ଏକ ଫେସ୍‌ ଭିଡିଓ ବ୍ୟବହାର କରଯାଇଛି । ଏହା ହାତର ଗତିବିଧି ଏବଂ ଆଭିମୁଖ୍ୟ ମାପ କରୁଥିବା ସେନ୍ସର ଏବଂ
ଭଏସ୍‌ ରେକର୍ଡିଂ ପରିବର୍ତ୍ତନକୁ ମଧ୍ୟ ଚିହ୍ନ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରଖିପାରିବ । ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମୁଖ ଗତିବିଧି ସହିତ ଜଡ଼ିତ ଏହି ଫେସ୍‌ ଭିଡିଓ ୧୦୦ ପ୍ରତିଶତ ସଠିକ୍‌ ସୂଚନା ପ୍ରଦାନ
କରୁଛି । ବଡ଼ କଥା ହେଲା, ଚଳିତ ମାସ ୮ରୁ ୧୦ ତାରିଖ ମଧ୍ୟରେ ଆମେରିକାର ଡଲାସ୍‌ଠାରେ ଥିବା ଆମେରିକାନ୍‌ ଷ୍ଟ୍ରୋକ୍‌ ଆସୋସିଏସନଠାରେ ଆୟୋଜିତ ହେବାକୁ ଥିବା ଷ୍ଟ୍ରୋକ୍‌ ସମ୍ମିଳନୀ
୨୦୨୩ରେ ଏହି ଆପ୍ଲିକେସନକୁ ଉପସ୍ଥାପନା କରାଯିବ