ମହଙ୍ଗା ହେବ ପେଟ୍ରୋଲ୍-ଡିଜେଲ୍, କ୍ରୁଡ ଅଏଲ୍
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଗକୁ ଗ୍ରାହକଙ୍କୁ ଲାଗିବ ଝଟକା । ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍ । କାରଣ ମହଙ୍ଗା ହେବାକୁ ଯାଉଛି ଅଶୋଧିତ ତୈଳ ଦର । ସରକାର କ୍ରୁଏଡ୍ ଅଏଲ୍ ଉପରେ ବଢାଇଛନ୍ତି ୱିଣ୍ଡଫଲ ଟ୍ୟାକ୍ସ । ଅଶୋଧିତ ତୈଳ ଦର ଉପରେ ୱିଣ୍ଡଫଲ ଟ୍ୟାକ୍ସ ଟନ ପିଛା ୧୯୦୦ରୁ ୫୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଆଭିଏସନ ଟର୍ବାଇନ ଇନ୍ଧନ ଉପରେ ପବନ ଟ୍ୟାକ୍ସ ଲିଟର ପିଛା ୩.୫ ରୁ ୬ ଟଙ୍କାକୁ ବୃଦ୍ଧି ପାଇଛି ।
ସରକାର ଡିଜେଲ୍ ଉପର ଅତିରିକ୍ତ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି । ଲିଟର ପିଛା ଡିଜେଲ୍ ୫ ଟଙ୍କାରୁ ୭.୫୦ ଟଙ୍କାଙ୍କୁ ବୃଦ୍ଧି ପାଇଛି । କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହଁ । ତେବେ ଏହି ନୂଆ ଦର ଫେବୃୟାରୀ ୪ରୁ ଲାଗୁ ହୋଇଛି । ଅନ୍ୟପଟେ ସରକାର ନୂତନ ଆର୍ଥିକ ବର୍ଷରେ ୱିଣ୍ଡଫଲ ଟ୍ୟାକ୍ସରୁ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ରିପୋର୍ଟ ଅନୁଯାୟୀ, ଭାରତ ହେଉଛି ବିଶ୍ବର ସର୍ବବୃହତ ତୈଳ ଆମଦାନୀକାରୀ ଦେଶ । ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ଆନ୍ତର୍ଜାତୀୟ ସ୍ତରରେ ଋଷର ଯୋଗାଣ ପ୍ରଭାବିତ ହୋଇଥିଲା । ଏହାପରେ ଗତବର୍ଷ ଠାରୁ ରୁଷରୁ ଅଶୋଧିତ ତୈଳ କମ୍ ମୂଲ୍ୟରେ କିଣୁଛି ଭାରତ । ସେବେଠାରୁ ସରକାର ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିବା ମଧ୍ୟ ଆରମ୍ଭ କରିଛନ୍ତି ।