ସମୟ ପୂର୍ବରୁ ୮,୩୦୦ କୋଟି ଫେରାଇଲେ ଗୌତମ ଆଦାନୀ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଦାନୀ ଗ୍ରୁପ୍ ଏହାର ଅନ୍ୟ ସେୟାର ପରିବର୍ତ୍ତେ ନେଇଥିବା ୧.୧୧ ବିଲିୟନ ଡଲାରର ଋଣ ଉପରେ ପ୍ରି-ପେମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସେୟାରର ମ୍ୟାଚ୍ୟୁରିଟି ସେପ୍ଟେମ୍ବର ୨୦୨୪ ରେ ଶେଷ ହେବାର ଥିଲା। ଗ୍ରୁପ୍ ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରି-ପେମେଣ୍ଟ ପାଇଁ ଆଦାନୀ ପୋର୍ଟ ଏବଂ ଏସଇଜେଡ, ଆଦାନୀ ଟ୍ରାନ୍ସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜୀରେ ଶେୟାର ବନ୍ଧକ ରଖାଯାଇଥିଲା। ଯାହାର ପ୍ରି ପେମେଣ୍ଟ ସମୟ ପୂର୍ବରୁ କରାଯାଉଛି।
ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ର ସେୟାରରେ ବ୍ୟାପକ ହ୍ରାସ ହୋଇଛି। ଯାହା ନିବେଶକଙ୍କ ପାଇଁ ମଧ୍ୟ କାରଣ ପାଲଟିଛି। ତେବେ ଏହି ଘୋଷଣାରେ ଆଦାନୀ ପୋର୍ଟ୍ସର ଶେୟାରରେ କିଛି ଆଶ୍ବସ୍ତ ମିଳିଛି, ଯାହା ୬ ପ୍ରତିଶତ ବଢ଼ି ୫୨୮.୪୦ ଟଙ୍କା ହୋଇଛି ଏବଂ ଅନ୍ୟ ନିଫ୍ଟୀ ୫୦ ଉପରେ ରହିଛି। ଅବଶ୍ୟ, ଆଦାନୀ ଟୋଟଲ ଗ୍ୟାସ୍, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ପାଓ୍ବାର ଏବଂ ଆଦାନୀ ଓ୍ବିଲମର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଆଦାନୀ ଟ୍ରାନ୍ସମିଶନର ଶେୟାରରେ ୧୦ ପ୍ରତିଶତକୁ ଖସିଛି। ଆଦାନୀ ଏଣ୍ଟରପ୍ରାଇଜେସ୍ର ଶେୟାର ପ୍ରାୟ ୨ ପ୍ରତିଶତ ଖସି ୧୫୬୪.୯୦ ଟଙ୍କାରେ କାରବାର କରୁଛି।
ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ଶେୟାର, ଯେଉଁଥିରେ ପ୍ରମୋଟରଙ୍କ ୧୨ ପ୍ରତିଶତ ଅଂଶ ରହିଛି ସେଗୁଡ଼ିକ ଜାରି କରାଯିବ। ଆଦାନୀ ଗ୍ରୀନ ଏନର୍ଜୀରେ ୨୭.୫୬ ମିଲିୟନ ସେୟାର, କିମ୍ବା ପ୍ରମୋଟର୍ସଙ୍କ ୩ ପ୍ରତିଶତ ଅଂଶ ଜାରି କରାଯିବ। ଆଦାନୀ ଟ୍ରାନ୍ସମିଶନରେ ୧୧.୭୭ ମିଲିୟନ ସେୟାର କିମ୍ବା ପ୍ରମୋଟର୍ସଙ୍କ ୧.୪ ପ୍ରତିଶତ ଅଂଶ ଜାରି କରାଯିବ। କମ୍ପାନୀ କହିଛି ଯେ ପ୍ରି-ପେମେଣ୍ଟ ଲୋନ୍ର ଏଥିପାଇଁ ଦିଆଯାଉଛି ଫଳରେ ନିବେଶକଙ୍କ ବିଶ୍ବାସ ହୋଇପାରିବ ଯେ ଗ୍ରୁପ୍ର ବାଲାନ୍ସ ସିଟ୍ ଏବଂ ଲୋନ୍ ପେମେଣ୍ଟ କରିବା କ୍ଷମତା ଉଭୟରେ ମଜବୁତ ରହିଛି।