ଭୁବନେଶ୍ବର-କଟକ ମଧ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ମହିଳା ବସ୍ ସେବା
ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ବର ଏବଂ କଟକ ମଧ୍ୟରେ ମହିଳା ବସ୍ ସେବା ପୁନଃ ଆରମ୍ଭ କରିବାକୁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ ନିଗମ କୁ ନିର୍ଦେଶ ଦିଆଯାଇଛି। ୨୦୧୩ରେ ରାଜ୍ୟ ସରକାର ଏହି ସେବା ଆରମ୍ଭ କରିଥିଲେ।
ତେବେ ବର୍ତ୍ତମାନ ପରିସ୍ଥିତିରେ କଟକ ଏବଂ ଭୁବନେଶ୍ବରର ବହୁ ମହିଳା ପାଠ ପଢିବା ହେଉ କିମ୍ବା ଚାକିରି ପାଇଁ ଦୁଇ ସହରକୁ ଯାତ୍ରା କରୁଛନ୍ତି। ଏହି ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ମହିଳା ବସ୍ ସେବା ନିହାତି ଆବଶ୍ୟକ ବୋଲି ଦର୍ଶାଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ଅଭିଯୋଗ ଆସିଛି। ଯାହାକୁ ଅନୁଧ୍ୟାନ କରାଯିବା ପରେ ପୁଣିଥରେ କଟକ ଭୁବନେଶ୍ବର ମଧ୍ୟରେ ସ୍ବତନ୍ତ୍ର ମହିଳା ବସ୍ ସେବା ଯୋଗାଇଦେବାକୁ ଯୋଜନା କରାଯାଇଛି। ରାଜ୍ୟ ପରିବହନ ନିଗମ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ।