୬୬୫୦ କର୍ମଚାରୀଙ୍କୁ ଛଟେଇ କରିବ କମ୍ପ୍ୟୁଟର ହାର୍ଡଓ୍ବାର କମ୍ପାନି ଡେଲ୍
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକୀୟ କମ୍ପ୍ୟୁଟର ହାର୍ଡଓ୍ବାର କମ୍ପାନି ଡେଲ୍ ଟେକନଲୋଜୀ ପକ୍ଷରୁ ପ୍ରାୟ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରାଯିବା ବିଷୟରେ ଘୋଷଣା କରାଯାଇଛି ।
କମ୍ପ୍ୟୁଟର ବିକ୍ରିରେ ହ୍ରାସ ପରେ କମ୍ପାନିର ବିକ୍ରି ଓ ଲାଭ ପ୍ରଭାବିତ ହୋଇଛି । ଏହି କାରଣରୁ କମ୍ପାନି ପକ୍ଷରୁ ଛଟେଇ କରାଯାଇଛି । କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ କ୍ଲାର୍କ କମ୍ପାନିର କର୍ମଚାରୀଙ୍କୁ ମେଲ ପଠାଇ ଏହି ଛଟେଇ ସଂପର୍କରେ ସୂଚନା ଦେଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସାରା ବିଶ୍ବରେ ଥିବା କମ୍ପାନିର କର୍ମଚାରୀଙ୍କ ୫ ପ୍ରତିଶତଙ୍କୁ ଛଟେଇ କରାଯିବ ବୋଲି ଜଣାପଡ଼ିଛି ।