ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂମିକମ୍ପ ; ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ତୁର୍କୀ ଓ ସିରିଆରେ ସୋମବାର ଅନୁଭବ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଏବେ ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି ପାଇଛି। ଏହାସହ ଅନେକ ଲୋକେ ନିଖୋଜ ରହିଥିବା ନେଇ ଖବର ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏଯାଏଁ ପ୍ରାୟ ୧ ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି ବୋଲି ଜଣାପଡିଛି। ୭.୮ ତିବ୍ରତାର ଏହି ଭୂକମ୍ପ ପ୍ରାୟ ୧ ମିନିଟ୍ ଯାଏଁ ଅନୁଭବ ହୋଇଥିଲା। ଅନେକ ଅଟ୍ଟାଳିକା ଏଥିରେ ଧ୍ୱଂସ ହୋଇଯାଇଛି। ଅଟ୍ଟାଳିକା ତଳେ ଦବି ରହିବାରୁ ସଭିଁଙ୍କ ମୃତ୍ୟୁ ହୋଇଛି ବୋଲି ଖବର ମିଳିଛି।
ସୂଚନା ଯୋଗ୍ୟ, ତୁର୍କୀ ଓ ପଡୋଶୀ ଦେଶରେ ତୀବ୍ର ଭୂକମ୍ପର ଝଟକା ଅନୁଭବ ହୋଇଥିଲା। ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରୁ ଏହି ଝଟକା ଅନୁଭବ ହୋଇଥିଲା। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛି। ତୁର୍କୀରେ ହୋଇଥିବା ଏହି ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତୁର୍କୀରେ ହୋଇଥିବା ଜୀବନ ଓ ଧନସମ୍ପତ୍ତି ଜନିତ କ୍ଷୟକ୍ଷତି ପାଇଁ ସେ ଖୁବ ଦୁଃଖିତ। ତୁର୍କୀ ସହ ଭାରତ ରହିବା ସହ ସମ୍ଭତଃ ସହାୟତା ପ୍ରଦାନ ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଭୂକମ୍ପର ପ୍ରଭାବରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇ ଯାଇଛି। ସିରିଆ ପର୍ଯ୍ୟନ୍ତ ଏହାର ଝଟକା ଅନୁଭବ ହୋଇଛି। ଏଥିରେ ମଧ୍ୟ ମୃତାହତ ହୋଇଥିବା ଜଣାପଡିଥିବା ବେଳେ ସାଇପ୍ରସ୍ ଓ ଇଜିପ୍ଟରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି।