ଶିମିଳିପାଳରେ ହାତୀ ଶିକାର କରି ଦାନ୍ତ କାଟି ନେଇଗଲେ ଶିକାରୀ

ବାରିପଦା : (ସଂକେତ ଟିଭି) ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଗୋଟିଏ ଦନ୍ତାହାତୀର ଶିକାର କରି ଶିକାରୀମାନେ ତାର ଦାନ୍ତ କାଟି ନେଇଯାଇଥିବା ଜଣାପଡିଛି । ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ ଅଧୀନ ଜଙ୍ଗଲରେ ଏହି ହାତୀର ଶିକାର ହୋଇଥିବା ଜଣାପଡିଛି ।

ଆଖପାଖ ଗ୍ରାମବାସୀମାନେ ବୁଧବାର ଅପରାହ୍ନରେ ହାତୀ ମୃତଦେହ ଦେଖି ବନ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ରାତି ହୋଇଯିବାରୁ ଗୁରୁବାର ପ୍ରତ୍ୟୁଷରେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ବନ ବିଭାଗ ଟିମ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଶିକାରୀ ମାନେ ହାତୀକୁ ମାରି ତାର ଶୁଣ୍ଢ କାଟି ୨ଟି ଦାନ୍ତ ନେଇଯାଇଛନ୍ତି । ହାତୀଟିର ବୟସ ୭ରୁ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୩/୪ଦିନ ତଳେ ତୀରମାରି ଶିକାର କରାଯାଇଥିବା ଜଣାପଡିଛି ।