ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: (ସଂକେତ ଟିଭି) ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଘଟଣା ଘଟିବାର ମାତ୍ର ୧୧ ଦିନ ବିତିଥିବାରୁ ସିବିଆଇ ତଦନ୍ତ ଆବେଦନ ଶୁଣାଣି ଯଥାର୍ଥ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ସେପଟେ ଆଜିଠୁ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବିଧି ଆରମ୍ଭ ହେଉଛି । ଏହି ସମୟରେ ଅଭିଯୁକ୍ତର ହେବ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଆଉ ୫ଦିନ ରିମାଣ୍ଡ ସହିତ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।