ହିଣ୍ଡନବର୍ଗ ବିରୋଧରେ କେଶ୍ ଲଢିବା ପାଇଁ ଲିଗାଲ ଫାର୍ମ ହାୟର କଲା ଆଦାନୀ ଗୃପ୍

ନୂଆଦିଲ୍ଲୀ : (ସଂକେତ ଟିଭି) ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡନବର୍ଗ ବିରୋଧରେ ଆଇନଗତ ପଦକ୍ଷେପ ନେବା ଲାଗି ପ୍ରସ୍ତୁତି କରିଛି ଆଦାନୀ ଗୃପ। ଏଥିପାଇଁ ଆଦାନୀ ଗ୍ରୁପ ଆମେରିକାର ଏକ ଲିଗାଲ ଫାର୍ମ “ୱାଚ୍‌ ଟେଲ୍‌” କୁ ନିଯୁକ୍ତ କରିଛି । ଓ୍ବାଚଟଲର ବରିଷ୍ଠ ଓକିଲ ଲିପ୍ଟନ, ରୋଜେନ ଓ କାଜ୍ ଆଦାନୀ ପକ୍ଷରୁ ମାମଲା ଲଢିବେ ।

ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପକୁ ନେଇ ନିବେଶକଙ୍କ ମାନସିକତା ଉପରେ ପଡିଥିବା ବିପରୀତ ପ୍ରଭାବ ଓ ସେମାନଙ୍କୁ ପୁଣି ଆଶ୍ୱସ୍ତ କରିବା ଲାଗି ଆଦାନୀ ଗ୍ରୁପ ପକ୍ଷରୁ ଉଠା ଯାଇଥିବା ଏହା ସବୁଠୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ କମ୍ପାନିର ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍ ଅଧିନସ୍ଥ କମ୍ପାନିଗୁଡ଼ିକ ବ୍ୟାପକ କ୍ଷତି ସହିସାରିଲେଣି ।ହିଣ୍ଡନବର୍ଗ ତାଙ୍କ ରିପୋର୍ଟରେ ୮୮ଟି ପ୍ରଶ୍ନ କରି ଯେଉଁ ଅଭିଯୋଗ ଆଣିଥିଲେ ଆଦାନୀ ଗ୍ରୁପ ଉପରେ ତାର ଏପରି ପ୍ରଭାବ ପଡିଲା ଯେ ୧୦ ଦିନ ମଧ୍ୟରେ ଆଦାନୀ ଗ୍ରୁପର ଅଧା କ୍ୟାପିଟାଲାଇଜେସନ ସଫା ହୋଇଯାଇଥିଲା। କେବଳ ଏତିକି ନୁହେଁ ସେୟାର ମୂଲ୍ୟ ହ୍ରାସ ଯୋଗୁ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ନେଟୱର୍ଥ ଉପରେ ଏପରି ପ୍ରଭାବ ପଡିଲା ଯେ ବିଶ୍ୱର ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନରୁ ଖସି ଟପ ୨୦ ସୂଚୀରୁ ବାହାରି ଯାଇଥିଲେ। ୧୧୦ ବିଲିୟନ ଡଲାରରୁ ଅଧିକ ନେଟୱର୍ଥର ଆଦାନୀଙ୍କ ସମ୍ପତ୍ତି ହ୍ରାସ ହୋଇ ମାତ୍ର ୫୮.୭ ବିଲିୟନ ଡଲାରରେ ସୀମିତ ହୋଇଯାଇଛି।

ଗତ ସପ୍ତାହରେ ଆଦାନୀ ଗ୍ରୁପର ହିଣ୍ଡନବର୍ଗ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଧମକ ଦେଇଥିଲା । ଏହାର ଜବାବରେ ହିଣ୍ଡନବର୍ଗ ମଧ୍ୟ କହିଥିଲା ଯେ ସେମାନେ ଏଥିପାଇଁ ପ୍ରସ୍ତୁତ । ଗଣମାଧ୍ୟମ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢିଥିଲା ଏବଂ ଦୁହେଁ ନିଜ ଦାବି ଉପରେ ଅଟଳ ରହିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୱାଚଟେଲ ଫାର୍ମ ବହୁତ ପ୍ରସିଦ୍ଧ ଏବଂ ଏଭଳି ବିବାଦୀୟ ମାମଲାରେ ମାମଲା ଲଢ଼ିବାରେ ଏହାର ବହୁତ ନାମ ଓ ଅଭଜ୍ଞତା ରହିଛି ।