୨୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଗିରଫ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ପ୍ରାୟ ୨୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ତିନି ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଏଟିଏମ, ପାନ କାର୍ଡ, ଗୋଟିଏ କାର ଓ ଗୋଟିଏ ବାଇକ୍ ସମେତ କିଛି ନଗଦ ଟଙ୍କା ଜବତ କରାଯାଇଛି । ଏ ନେଇ ଜଳେଶ୍ଵର ଥାନାରେ ପ୍ରେସ ମିଟ କରି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ଆଜି ସକାଳେ ଜଳେଶ୍ବର ଏସଡିପିଓ ଙ୍କ ନେତୃତ୍ବ ରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବରର ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରାୟ ୨୭୦ ଗ୍ରାମର ବ୍ରାଉନ ସୁଗାର ଜବତ୍ କରିବା ସହିତ ତିନି ଜଣ ବେପାରୀ ଙ୍କୁ ଗିରଫ କରିଛି । ସେମାନଙ୍କୁ
ଜଳେଶ୍ଵର ପଥରପୁରା ରେଳ କଲୋନୀ ଓ ବଡ଼ ବଜାର ଛକ ରୁ ଗିରଫ କରିଥିବା ଜଣାପଡିଛି । ଗିରଫ ମାନଙ୍କ ମଧ୍ୟରେ ଦୁଇ ଯୁବକ ଜଣଙ୍କ କମର୍ଦା ଓ ଜଣଙ୍କ ଘର ଜଳେଶ୍ଵର ଅଞ୍ଚଳ ହୋଇଥିବା ସୂଚନା ମିଳିଛି ।