କୋର୍ଟ ଭଙ୍ଗାରୁଜା ଘଟଣାରେ ୨୯ ଆଇନ୍‌ଜୀବୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ : (ସଂକେତ ଟିଭି) ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ଆଜି ୨୯ ଆଇନ୍‌ଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଜାମିନ ପରେ ଓକିଲମାନେ କୌଣସି ପ୍ରକାର ଆନ୍ଦୋଳନ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସେହିପରି ନିମ୍ନ ଅଦାଲତ ମଧ୍ୟ ଅନ୍ୟାନ୍ୟ ସର୍ତ୍ତ ରଖିପାରିବେ ।

ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ଆଇନଜୀବୀଙ୍କ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଆଇନଜୀବୀ ଏହି ସମୟରେ କୋର୍ଟ ପରିସର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ପୋଲିସ ଆଇନଜୀବୀମାନଙ୍କୁ ଗିରଫ କରିଥିଲା । ଗିରଫ ପରେ ଏବେ କୋର୍ଟ ଆଇନଜୀବୀମାନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।

ଗୋଟିଏ ପଟେ ଆଇନଜୀବୀମାନଙ୍କର ଆନ୍ଦୋଳନ ଚାରିଥିବାବେଳେ ସୁପ୍ରିମକୋର୍ଟ ଏହି ଆନ୍ଦୋଳନକୁ ଭର୍ତ୍ସନା କରିଥିଲେ । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।