FeaturedLatestSports

ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ

ନାଗପୁର : (ସଂକେତ ଟିଭି) ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାରରେ ଭାରତ ୩ୟ ଦିନରେ ହିଁ ଭାରତ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇ ଦେଇଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିଜର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିଲେ ।

ଭାରତ ନିଜର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଶତକ ବଳରେ ୪୦୦ ରନ କରିଥିଲା । ଫଳରେ ପ୍ରଥମ ଇନିଂସରେ ୨୨୩ ରନରେ ଆଗୁଆ ରହିଥିଲା । କିନ୍ତୁ ନିଜର ୨ୟ ଇନିଂସରେ ଅଷ୍ଟ୍ରେଲିଆ ଆହୁରି ଖରାପ ପ୍ରଦର୍ଶନ କରିଥିଲା । ରବିଚନ୍ଦ୍ରନ ଅଶ୍ବୀନ ଓ ରବୀନ୍ଦ୍ର ଜାଦେଜାଙ୍କ ସ୍ପିନ ଯାଦୁ ଆଗରେ ଅଷ୍ଟ୍ରେଲୀୟ ବ୍ୟାଟରମାନେ ଆତ୍ମସମର୍ପଣ କରିଥିଲେ ଓ ମାତ୍ର ୯୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଗୋଟିଏ ଇନିଂସ ଓ ୧୩୨ରନରେ ବିଜୟୀ ହୋଇଥିଲା । ଅଶ୍ବୀନ ୫ଟି ଓ୍ବିକେଟ ନେଇଥିବାବେଳେ ଜାଦେଜା ୨ଟି ଓ ମହମ୍ମଦ ସମ୍ମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରବୀନ୍ଦ୍ର ଜାଦେଜାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ସେ ପ୍ରଥମ ଇନିଂସରେ ୫ଟି ଓ୍ବିକେଟ ନେବା ସହ ୭୦ ରନ କରିଥିଲେ ।