ଟ୍ରକକୁ ପଛପଟୁ ପିଟିଲା କୋଲକତାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ; ୧୦ ଆହତ

ଭଦ୍ରକ : (ସଂକେତ ଟିଭି) କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ୧୬ନଂ ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ । ସେହିଭଳି ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ , କୋଲକତା ରୁ ପୁରୀ ଅଭିମୁଖେ ଯାଉଥିବା ବସ୍‌ ଟି ୧୬ନଂ ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ତୀର୍ଥଯାତ୍ରୀ ବସ। ଫଳରେ ବସଟିର ସମ୍ମୁଖ ଅଂଶ ଭାଙ୍ଗି ଯିବା ସହ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀ ସୁସ୍ଥ ହୋଇ ନିଜ ନିଜ ଅଞ୍ଚଳକୁ ଫେରି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ୍‌କୁ ଜବତ କରିବା ତଦନ୍ତ ଆରମ୍ଭ କରିଛି।