ବିବିସିର ଦିଲ୍ଳୀ ଓ ମୁମ୍ବାଇ ଅଫିସ୍ରେ ଆୟକର ବିଭାଗର ଚଢ଼ାଉ
ନୂଆଦିଲ୍ଲୀ : (ସଂକେତ ଟିଭି) ଆୟକର ବିଭାଗ (ଆଇଟି) ପକ୍ଷରୁ ଆଜି ବିବିସିର ଦିଲ୍ଳୀ ଓ ମୁମ୍ବାଇରେ ଥିବା ଅଫିସ୍ରେ ଚଢାଉ କରିଛନ୍ତି । ବିବିସିର କାର୍ଯ୍ଯାଳୟକୁ ସିଲ୍ କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କ ଫୋନ୍ ଜବତ କରିବା ସହ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହି ଚଢାଉ ସମ୍ପର୍କରେ ବିବିସିର ଲଣ୍ଡନ ମୁଖ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ୬୦-୭୦ ସଦସ୍ୟଙ୍କୁ ନେଇ ଆୟକର ବିଭାଗ ଟିମ୍ ବିବିସି କାର୍ୟ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କାର୍ଯ୍ଯାଳୟ ଭିତରକୁ ଓ ବାହାରକୁ ଯିବାକୁ ମଧ୍ୟ ରୋକ୍ ଲଗାଯାଇଛି।
ଅନ୍ୟପକ୍ଷରେ ବିବିସିରେ ଆୟକର ବିଭାଗ ଚଢାଉ ଖବର ପାଇବା ପରେ କଂଗ୍ରେସ ଦଳ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ଟ୍ୱିଟ୍ କରି କହିଛି, ପ୍ରଥମେ ସେମାନେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବର୍ତ୍ତମାନ ଆୟକର ବିଭାଗ ବିବିସି ଉପରେ ଚଢାଉ କରିଛି। ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।