ମ୍ୟୁଟେସନ୍ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଗିରଫ
ସମ୍ବଲପୁର : (ସଂକେତ ଟିଭି) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସର୍କଲ ଗୋଛାରା ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କଉଡି ମ୍ୟୁଟେସନ୍ ରିପୋର୍ଟ ପ୍ରଦାନ ଲାଗି ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । ଏହାପରେ ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କଉଡିଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସର୍କଲ ଗୋଛାରା ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କଉଡି ମ୍ୟୁଟେସନ୍ ରିପୋର୍ଟ ପ୍ରଦାନ ଲାଗି ଲାଞ୍ଚ ନେଉଥିଲେ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସମ୍ବଲପୁରର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏହାପରେ ଭିଜିଲାନ୍ସର ଦୁଇଟି ଟିମ୍ ସତ୍ୟନାରାୟଣଙ୍କ ଅଫିସ୍ ସମେତ ଘରେ ବି ରେଡ୍ ଜାରି ରହିଛି ।