କ୍ରିକେଟ ବିଶ୍ୱକପ୍ରେ ବାରବାଟୀର ଭାଗ ନାହିଁ
କଟକ : (ସଂକେତ ଟିଭି) ଦିନିକିଆ କ୍ରିକେଟ ବିଶ୍କପ୍ ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି । ଦୁଃଖର ବିଷୟ ଓଡ଼ିଶାରେ ଗୋଟିଏ ବି ମ୍ୟାଚ୍ ଖେଳାଯିବ ନାହିଁ । ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ବାରବାଟୀ ଷ୍ଟାଡିୟମ୍କୁ ମ୍ୟାଚ୍ ଦେବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଆୟୋଜକ ବିସିସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଅନ୍ତର୍ଜାତୀୟ ବିମାନସେବା ସୁବିଧା ନଥିବାରୁ ଓଡ଼ିଶା ବିଶ୍ୱକପ୍ ମ୍ୟାଚ୍ ପାଇବାରୁ ବଞ୍ଚିତ ହୋଇଥିବା ଓସିଏ ତରଫରୁ କୁହାଯାଇଛି । ବିଶ୍ବକପ୍ ଦେଖିବାକୁ ଆଶା ବାନ୍ଧି ବସିଥିବା ଓଡ଼ିଶା କ୍ରିକେଟପ୍ରେମୀ ଖବର ଜାଣିବା ପରେ ନିରାଶ ହୋଇଛନ୍ତି ।
୨୦୧୧ ମସିହାରେ ଶେଷଥର ଲାଗି ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ । ସେଥିପାଇଁ ସେହିବର୍ଷ ଭାରତର କିଛି ନିର୍ଦ୍ଦିଷ୍ଟ ଭେନ୍ୟୁକୁ ବିଶ୍ୱକପ୍ କ୍ରୀଡ଼ା ସୂଚୀରେ ସାମିଲ୍ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୨୩ରେ ପ୍ରଥମଥର ପାଇଁ ଭାରତ ତଥା ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଏକାକି ବିଶ୍ୱକପ୍ ଆୟୋଜନ କରୁଛି । ତେଣୁ ସମସ୍ତ ୪୬ଟି ଯାକ ମ୍ୟାଚ୍ ଭାରତର ବିଭିନ୍ନ ଭେନ୍ୟୁରେ ଅନୁଷ୍ଠିତ ହେବ ତେଣୁ ଏଥିରୁ ବାରବାଟୀରେ ବିଶ୍ୱକପ୍ର କିଛି ମ୍ୟାଚ୍ ଭାଗ ପଡ଼ିବ ବୋଲି ଆଶା କରାଯାଉଥିଲା ।
ତାଛଢ଼ା ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସ ବି ଦେଖିଲେ ପୂର୍ବାଞ୍ଚଳର ଇଡେନ୍ ଗାର୍ଡେନ୍ ପରେ ଦ୍ବିତୀୟ ସର୍ବବୃହତ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍ ତେଣୁ ବିଶ୍କପ୍ ମ୍ୟାଚ୍ ଦାବିଦାରରେ ବାରବାଟୀ ନିଜ ସ୍ଥିତି ଦଖଲ କରୁଥିଲା ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ରେ ଦୁଇଥର ପୁରୁଷ ବିଶ୍କପ୍ ମ୍ୟାଚ୍ ଖେଳାଯାଇଛି । ୧୯୮୭ ମସିହା ବିଶ୍ୱକପ୍ରେ ଏଠାରେ ଅଷ୍ଟ୍ରେଲିଆ ୭୦ରନ୍ରେ ଜିମ୍ବାକେୁ ହରାଇଥିଲା ।
ସେହିପରି ୧୯୯୬ ମସିହା ବିଶ୍ୱ୍କପ୍ରେ ଭାରତ ୭ ଓ୍ବିକେଟରେ କେନିୟାକୁ ପରାସ୍ତ କରିଥିଲା । ସେହିପରି ୨୦୧୩ ମସିହାରେ ମହିଳା ବିଶ୍ବକପ୍ ଆୟୋଜନ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବାରବାଟୀ ଷ୍ଟାଡିୟମ୍ ମାଇଲ୍ଖୁଣ୍ଟ ସ୍ଥାପନ କରିଥିଲା । ଯେହେତୁ ୨୦୧୧ ମସିହା ପୁରୁଷ ବିଶ୍କପ୍ ଭାରତର ନିର୍ଦ୍ଦିଷ୍ଟ କିଛି ଭେନ୍ୟୁରେ ଆୟୋଜିତ ହୋଇଥିଲା, ତେଣୁ ବାରବାଟୀକୁ ମ୍ୟାଚ୍ ମିଳିନଥିଲା ।
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଓସିଏ ମ୍ୟାଚ୍ ଆୟୋଜନ କରିବାକୁ ଆଶା ବାନ୍ଧିଥିଲା । ଏମିତିକି ବ୍ୟକ୍ତିଗତ ଭାବେ ମୁଁ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲି । କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ଅନ୍ତର୍ଜାତୀୟ ବିମାନସେବା ନଥିବାରୁ ସେମାନେ ମନା କରିଦେଇଛନ୍ତି ।