FeaturedLatestSports

ଆଇପିଏଲ କାର୍ଯ୍ୟସୂଚୀ ଘୋଷଣା ; ମାର୍ଚ୍ଚ ୩୧ରୁ ମେ ୨୮ ପର୍ଯ୍ୟନ୍ତ ୧୨ଟି ସହରରେ ହେବ ମ୍ୟାଚ

ନୂଆଦିଲ୍ଲୀ : (ସଂକେତ ଟିଭି) ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ)ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି। ଆଇପିଏଲ ଲିଗର ୧୬ତମ ସଂସ୍କରଣର ମାର୍ଚ୍ଚ ୩୧ରୁ ମେ ୨୮ ପର୍ଯ୍ୟନ୍ତ ଖେଳାଯିବ। ୧୨ଟି ସହରରେ ଖେଳାଯିବ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ।

ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ ମ୍ୟାଚ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରି ନାହିଁ। ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ମ୍ୟାଚ୍ ଖେଳିବେ।

ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ତା’ପରେ ପ୍ଲେ ଅଫ୍‌ର ଚାରୋଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ।