FeaturedLatestSports

କ୍ରିକେଟ୍ ଛାଡିଦେବାକୁ ଚାହୁଁଥିଲେ ମହମ୍ମଦ ସାମି

ନୂଆଦିଲ୍ଲୀ : (ସଂକେତ ଟିଭି) ସମୟ ଏମିତି ଥିଲା ଯେତେବେଳେ କି ମହମ୍ମଦ ସାମି କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି କ୍ରିକେଟ ଛାଡିଦେବାକୁ ମନେମନେ ନିଷ୍ପତ୍ତି ବି ନେଇ ସାରିଥିଲେ ଏଭଳି ବିସ୍ମିତ କରିବା ଭଳି ଖୁଲାସା କରିଛନ୍ତି ଭାରତୀୟ ଦଳର ପୂର୍ବତନ ବୋଲିଂ କୋଚ୍ ଭରତ ଅରୁଣ ।

ଭରତ ଅରୁଣ କହିଛନ୍ତି, ୨୦୧୮ ମସିହାରେ ଭାରତ ଇଂଲଣ୍ଡ ଗସ୍ତ କରିବା ସମୟରେ ମହମ୍ମଦ ସାମି ଫିଟନେସ୍ ଟେଷ୍ଟରେ ଫେଲ୍‌ ମାରିଥିଲେ ଯାହା ଫଳରେ ଭାରତୀୟ ଦଳରେ ସାମିଙ୍କୁ ସ୍ଥାନ ମିଳିନଥିଲା ସାମି ମୋତେ ଡାକିଥିଲେ ଏବଂ କଥା ଅଛି ବୋଲି କହିଥିଲେ । ତେଣୁ ମୁଁ ତାଙ୍କୁ ମୋ ରୁମ୍‌କୁ ଡାକିଥିଲି ସେ ବ୍ୟକ୍ତିଗତ ସମସ୍ୟାକୁ ନେଇ ପୂରାପୂରି ଭାବେ ଭାଙ୍ଗିପଡିଥିଲେ । ଯାହା କି ତାଙ୍କ ଫିଟନେସ୍ ଉପରେ ପ୍ରଭାବ ପକାଇଥିଲା । ମାନସିକ ଭାବେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ । ସେ ରୁମ୍ ଆସିଲେ ଏବଂ କହିଲେ ମୁଁ କ୍ରିକେଟ୍ ଛାଡିଦେବାକୁ ଚାହୁଁଛି ।

ଭରତ କହିଛନ୍ତି, ସାମି ଏଭଳି କହିବା ପରେ ମୁଁ ତୁରନ୍ତ ତାଙ୍କୁ ରବି ଶାସ୍ତ୍ରୀଙ୍କ ନିକଟକୁ ନେଇଯାଇଥିଲି ସେଠାରେ ଶାସ୍ତ୍ରୀଙ୍କୁ କହିଥିଲି ସାମି କିଛି କହିବାକୁ ଚାହୁଁଛନ୍ତି । ରବି ଶାସ୍ତ୍ରୀଙ୍କୁ ମଧ୍ୟ ସମାନ କଥା କହିଥିଲେ ସାମି । ଆମେ ଉଭୟ ସାମିଙ୍କୁ ବୁଝାଇଥିଲୁ ଯଦି କ୍ରିକେଟ୍ ଛାଡିଦେବ ତ ପରେ କଣ କରିବ? ଏହା ପରେ ରବି ଶାସ୍ତ୍ରୀ ମହମ୍ମଦ ସାମିଙ୍କୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀକୁ ପଠାଇଥିଲେ ।

ସେତେବେଳେ ସାମିଙ୍କ ବଦଳରେ ନବଦ୍ୱୀପ ସାଇନୀଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଚୟନ କରିଥିଲା ବିସିସିଆଇ ଏନସିଏରେ ମାସେ କାଳ ରହିବା ପରେ ମାନସିକ ଚାପରୁ ମୁକ୍ତି ପାଇଥିଲେ । ମହମ୍ମଦ ସାମି ଖୁବ କମ ସମୟ ମଧ୍ୟରେ ସାମି ପୁଣି ପୂର୍ବାବସ୍ଥାକୁ ଫେରିବାକୁ ସକ୍ଷମ ହୋଇଥିଲେ । କେବଳ ଫେରିନଥିଲେ ବରଂ ଇଂଲଣ୍ଡ ଗସ୍ତ ମଧ୍ୟ କରିଥିଲେ ଓ ୫ଟି ଯାକ ଟେଷ୍ଟ ଖେଳି ଦମଦାର ପ୍ରଦର୍ଶନ ବି କରିଥିଲେ । ୫ଟି ଟେଷ୍ଟରୁ ୧୬ଟି ୱିକେଟ ନେଇଥିଲେ ମହମ୍ମଦ ସାମି ଏହାର କିଛିଦିନ ପରେ ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ସିରିଜ୍ ଜିତିଥିଲା ଭାରତ ଏହା ପଛରେ ମଧ୍ୟ ସାମିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।