ଜେନେରେଟର ଧୂଆଁରେ ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର
ଗଜପତି : (ସଂକେତ ଟିଭି) ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ମୃତକ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ(୧୮) ଓ ଅମ୍ବିକା ନାୟକ(୭)। ସେହିପରି ଝୁମୁରି ନାୟକଙ୍କୁ ଗୁରୁତର ଭାବେ ଅସୁସ୍ଥ ହୋଇ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ବେତାର ସିଂ ଗ୍ରାମରେ କମଳ ନାୟକଙ୍କ ଘରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନେରେଟର ଲଗାଇ ଲୋକେ ନାଚଗୀତ କରୁଥିଲେ। ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟମାନେ ଆଉ ଉଠି ନଥିଲେ ।
ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି