ବେଙ୍ଗଲକୁ ହରାଇ ରଣଜୀ ଟ୍ରଫି ଚାମ୍ପିୟନ୍ ହେଲା ସୌରାଷ୍ଟ୍ର

ନୂଆଦିଲ୍ଲୀ : (ସଂକେତ ଟିଭି ) ସୌରାଷ୍ଟ୍ର ଦଳ ଫାଇନାଲରେ ବେଙ୍ଗଲକୁ ୯ ଓ୍ବିକେଟ୍ ହରାଇ ଚଳିତ ରଣଜୀ ଚାମ୍ପିଆନ୍ ହୋଇଛି । ରଣଜୀ ଇତିହାସରେ ସୌରାଷ୍ଟ୍ର ଦ୍ବିତୀୟ ଥର ରଣଜୀ ଚାମ୍ପିୟନ୍ ହୋଇଛି । ଜୟଦେବ ଉନଦକତ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଅର୍ପିତ୍ ଭସବଦା ପ୍ଲେୟାର ଅଫ୍ ଦି ମ୍ୟାଚ୍ ସିରିଜ୍ ହୋଇଛନ୍ତି ।

ଫାଇନାଲ୍ ମ୍ୟାଚରେ ପଶ୍ଚିମବଙ୍ଗ ପ୍ରଥମେ ବ୍ୟାଟିଂ କରଥିଲା । ପ୍ରଥମ ଇନିଂସରେ ଦଳ ମାତ୍ର ୧୭୪ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ସୌରାଷ୍ଟ୍ରର ପେସ୍ ବୋଲିଂ ଆଗରେ ହାତ ଟେକି ଦେଇଥିଲା ଓପନର ଓ ମଧ୍ୟକ୍ରମ ବ୍ୟାଟର । ସୌରାଷ୍ଟ୍ର ପକ୍ଷରୁ ଜୟଦେବ ଉନଦକତ୍ ଓ ଚେତନ ସାକାରିଆ ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିବାବେଳେ ଚିରାଗ୍ ଜନି ଓ ଦା ଜାଡେଜାଙ୍କୁ ୨ଟି ଲେଖାଏଁ ଓ୍ବିକେଟ୍ ମିଳିଛି ।

ଅନ୍ୟପଟେ ପ୍ରଥମ ଇନିଂସରେ ସୌରାଷ୍ଟ୍ର ଚତ୍ମକାର ପ୍ରଦର୍ଶନ କରିଥିଲା । ୪୦୪ ରନ୍‌ର ସଂଗ୍ରହ କରି ବେଙ୍ଗଲକୁ ୨୩୦ ରନ୍‌ର ଲିଡ୍ ଦେଇଥିଲା । ପ୍ରଥମ ଇନିଂସରେ ଦଳ ପକ୍ଷରୁ ଭସବଦା ସର୍ବାଧିକ ୮୧ ରନ୍‌ର ପାଳି ଖେଳିଥିଲେ । ସେହିପରି ହାରଭିକ୍ ଦେଶାଇ, ଜ୍ୟାକସନ୍ ଓ ଚିରାଗ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ଦ୍ବିତୀୟ ଇନିଂସରେ ବେଙ୍ଗଲ ଦଳ ଲଢେଇ କରିଥିଲା । ଟିମ୍ ୧୦ ଓ୍ବିକେଟ୍ ହରାଇ ୨୪୧ ରନ୍ ସଂଗ୍ରହ କରି ସୌରାଷ୍ଟ୍ରକୁ ମାତ୍ର ୧୩ ରନ୍‌ର ଲିଡ୍ ଦେଇଥିଲା।

ସୌରାଷ୍ଟ୍ର ଟିମ୍ ୧୪ରନ୍‌ର ଟାର୍ଗେଟ୍‌କୁ ଗୋଟିଏ ଓ୍ବିକେଟ୍‌ ହରାଇ ସହଜରେ ଜିତି ନେଇଥିଲା । ଆଉ ରଣଜୀ ଇତହାସରେ ଦ୍ବିତୀୟ ଥର ପାଇଁ ଚାମ୍ପିୟନ ତାଲିକାରେ ନିଜ ନାଁକୁ ଲେଖିଛି ।