ବିଦ୍ୟାଳୟରେ ଇଣ୍ଟରନେଟ୍‌, ଓଡିଶା ପଛରେ

ଭୁବନେଶ୍ୱର : (ସଂକେତ ଟିଭି ) ରାଜ୍ୟର ୧୦ ପ୍ରତିଶତ ସରକାରୀ ବିଦ୍ୟାଳୟରେ ବି ଇରନେଟ ସଂଯୋଗ ନାହିଁ । ପଡୋଶୀ ରାଜ୍ୟମାନଙ୍କ ତୁଳନାରେ ଓଡିଶା ଏ କ୍ଷେତ୍ରରେ ଢେର ପଛରେ ପଡିଛି । ନିକଟରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାସ ସରକାର ଲୋକସଭାରେ ଦେଶର ବିଦ୍ୟାଳୟ ଗୁଡିକରେ ଇରନେଟ ସଂଯୋଗ ନେଇ ରଖିଥିବା ସୂଚନାରୁ ଏହା ଜଣାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ଓଡିଶାରେ ମୋଟ ୪୯,୦୭୨ଟି ସରକାରୀ ବିଦ୍ୟାଳୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୯୭୦ଟି ବିଦ୍ୟାଳୟରେ ଇରନେଟ ସଂଯୋଗ ରହିଛି । ତେବେ ଓଡିଶାର ପଡୋଶୀ ରାଜ୍ୟମାନେ ଏ କ୍ଷେତ୍ରରେ ଢେର ଆଗରେ ରହିଛନ୍ତି । ଆନ୍ଧ୍ରପ୍ରଦେଶରେ ୪୫,୧୩୭ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୨୦,୩୧୩ଟି ବିଦ୍ୟାଳୟରେ ଇରନେଟ ସଂଯୋଗ ଥିବାବେଳେ ଛତିଶଗଡରେ ୪୮,୭୧୩ଟି ବିଦ୍ୟାଳୟ ମଧ୍ୟରୁ ୧୬,୪୬୯ଟିରେ, ଝାଡଖଣ୍ଡରେ ୩୫,୮୪୦ଟି ବିଦ୍ୟାଳୟ ମଧ୍ୟରୁ ୧୨,୦୫୩ଟି ବିଦ୍ୟାଳୟରେ ଓ ପଶ୍ଚିମବଙ୍ଗରେ ୮୩,୦୩୦୨ଟି ବିଦ୍ୟାଳୟ ମଧ୍ୟରୁ ୧୨,୯୧୮ଟି ବିଦ୍ୟାଳୟରେ ଇରନେଟ ସଂଯୋଗ ରହିଛି । ତେବେ ସର୍ବଭାରତୀୟ ସ୍ତରରେ ୧୦,୨୨,୩୮୬ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୨.୪୭ଲକ୍ଷ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଏଥି ମଧ୍ୟରୁ ରାଜସ୍ଥାନର ସର୍ବାଧିକ ୩୬,୮୮୯ଟି ବିଦ୍ୟାଳୟରେ ଇରନେଟ ସଂଯୋଗ ରହିଥିବାବେଳେ ଗୁଜୁରାଟରେ ୩୨,୬୮୧ଟି ବିଦ୍ୟାଳୟରେ ଏହି ସୁବିଧା ରହିଛି । ତେବେ ଗୁଜୁରାଟରେ ମୋଟ ୩୪,୬୬୯ ଟି ସରକାରୀ ବିଦ୍ୟାଳୟ ଥିବାବେଳେ ରାଜସ୍ଥାନରେ ଏହି ସଂସ୍ଥା ୬୮,୯୪୮ ରହିଛି । ସରାକାରୀ ବିଦ୍ୟାଳୟକୁ ଇରନେଟ ସଂଯୋଗ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏଥିପାଇଁ ବିଏସଏନଏଲ ସହିତ ରାଜିନାମା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ଯେଉଁସବୁ ବିଦ୍ୟାଳୟରେ ଆଇସିଟି ଲାବ ରହିଛି ସେଠାକୁ ଇରନେଟ ସଂଯୋଗ ଦେବାକୁ କୁହାଯାଇଛି ।

ଯେଉଁସବୁ ବିଦ୍ୟାଳୟରେ ଏହି ଧରଣର ଲାବ ନାହିଁ ସେଠାକୁ ମଧ୍ୟ ଇରନେଟ ସଂଯୋଗ ମିଳିବ ଏବଂ ଏହାର ବ୍ୟୟଭାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିଜସ୍ୱ ପାଣ୍ଠିରୁ ଭରଣା କରିବେ । ତେବେ କୋଭିଡ ଓ ଏହାର ପରବର୍ତ୍ତୀ କାଳରେ ପାଠପଢା କ୍ଷେତ୍ରରେ ଇରନେଟର ବହୁଳ ବ୍ୟବହାର ହେଉଥିବାବେଳେ ଓଡିଶାରେ ୪ହଜାର ବିଦ୍ୟାଳୟରେ ଇରନେଟ ସୁବିଧା ନଥିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ଯେଉଁସବୁ ବିଦ୍ୟାଳୟରେ ଆଇସିଟି ଲାବ ଥିଲା ସେଠାରେ ଇରନେଟ ଥିବାବେଳେ ବର୍ତମାନ ପ୍ରଶିକ୍ଷକ ଅଭାବରୁ ଅଧିକାଂଶ ଲାବରେ ତାଲା ଝୁଲୁଛି । ତେଣୁ ସେଠାରେ ଇରନେଟ ସଂଯୋଗ ଥିଲେ ବି କାର୍ଯ୍ୟରେ ଆସିପାରୁ ନାହିଁ । ଯେଉଁସବୁ ବିଦ୍ୟାଳୟରେ ଇରନେଟ ଆବଶ୍ୟକ ହେଉଛି ସେଠାରେ ଏବେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ ପାଣ୍ଠିରୁ ସାମୟିକ ଭାବେ ସଂଯୋଗ ଆଣୁଥିବାବେଳେ ଏହା ସରକାରୀ ତାଲିକାରେ ଉଲ୍ଲେଖ ରହୁନାହିଁ ।