ନବ ଦାସଙ୍କ ହତ୍ୟା ଘଟଣାରେ ୫-ଟି ସଚିବ, ବବି ଦାସ ସମ୍ପୃକ୍ତ : ଜୟନାରାୟଣ ମିଶ୍ର
ଭୁବନେଶ୍ୱର : (ସଂକେତ ଟିଭି ) ଆଜି ବିଧାନସଭାରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ହତ୍ୟା ଘଟଣାରେ ୫-ଟି ସଚିବ ଏବଂ ବବି ଦାସ ସମ୍ପୃକ୍ତ ଅଛନ୍ତି ।
ସେ କହିଛନ୍ତି, ନବ ଦାସଙ୍କ ହତ୍ୟାର ୪ଦିନ ପୂର୍ବରୁ ୫-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ,ତାହାକୁ ଯାଞ୍ଚ କରିବା ଦରକାର ବୋଲି ସେ କହିଛନ୍ତି।
ତେବେ ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ଅଭିଯୋଗ କରି କଂଗ୍ରେସ ପ୍ରତିବାଦ କରିଥିଲା ।