ସାମନାକୁ ଆସିଲା ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା ସମୟରେ ଗୋପାଳର ଫଟୋ
ଭୁବନେଶ୍ୱର : (ସଂକେତ ଟିଭି ) ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ପଏଣ୍ଟ ଜିରୋ ରେଞ୍ଜରୁ ଗୁଳି ମାରୁଥିବାର ଏକ ଫଟୋ ସାମନାକୁ ଆସିଛି । ଏଥିରେ ଅତି ନିକଟରୁ ଗୋପାଳ ମନ୍ତ୍ରୀଙ୍କୁ ଗୁଳି ମାରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଜାନୁଆରୀ ୨୯ ତାରିଖ ଦିନ ନବ ଦାସ କାରରୁ ଓହ୍ଲାଉଥିବା ସମୟରେ ଗୋପାଳ ତାଙ୍କ କାରର୍ ଡୋର୍ ପାଖରେ ହିଁ ଛିଡ଼ା ହୋଇଛନ୍ତି । ଏହା ପରେ ଦୁଇହାତରେ ବନ୍ଧୁକକୁ ଧରି ଗୁଳି ମାରୁଥିବାର ଜଣାପଡ଼ୁଛି । ଗୋପାଳ ବନ୍ଧୁକ ଧରିଥିବା ଜଣାପଡ଼ୁ ନଥିଲେ ମଧ୍ୟ ତାଙ୍କର ହାତ ପୋଜିସନ୍ରୁ ଗୁଳି ଚଳାଉଥିବା ଜଣାପଡ଼ୁଛି। ଏହି ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।