ପରିବାର ଅଦାଲତ ପରିସରରେ ସ୍ୱାମୀ-ସ୍ତ୍ରୀ ହାତାହାତି
ବାଲେଶ୍ୱର : (ସଂକେତ ଟିଭି ) ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ସ୍ବାମୀ ସ୍ତ୍ରୀ ମାରପିଟ୍ ହୋଇଛନ୍ତି । ବ୍ୟକ୍ତିଙ୍କ ହେଲମେଟ୍ ମାଡରେ ସ୍ତ୍ରୀ ଲୋକ ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀ ଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲା । ଉଭୟଙ୍କ ମାମଲା ବର୍ତମାନ ପରିବାର ଅଦାଲତ ରେ ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣ ବଶତଃ ଉଭୟେ କୋର୍ଟ ହତା ଆଗରେ ମାରପିଟ୍ ହୋଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ ବ୍ୟକ୍ତି ରତିକାନ୍ତ , ରଶ୍ମୀରେଖା ଙ୍କୁ ହେଲିମେଟ ରେ ଦୁଇ ପ୍ରହାର ମୁଣ୍ଡକୁ ମାରିଥିଲେ । ଫଳରେ ରଶ୍ମୀରେଖାଙ୍କ ମୁଣ୍ଡରେ ଏତେ ଶକ୍ତ ଆଘାତ ଲାଗିଥିଲା ଯେ ସେ ଅଚେତ ହୋଇ ଯାଇଥିଲେ । ପରେ ସ୍ଥାନୀୟ ସାମ୍ବାଦିକ ଓ ସାଧାରଣ ଲୋକମାନେ ଉଭୟଙ୍କୁ ଛଡ଼ାଇ ଥିଲେ ଓ ପରେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ରଶ୍ମୀରେଖା ଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ।
ଭରଣ ପୋଷଣ ଜନିତ ମାମଲା କୁ ନେଇ ଉଭୟଙ୍କ ମଧ୍ୟ ରେ ଉଚ୍ଚବାଚ ହୋଇଥିବା ଜଣାପଡ଼ିଥିବା ବେଳେ ଉଭୟଙ୍କ ୨ ଜଣ ସନ୍ତାନ ଅଛନ୍ତି । ନିଜ ଝିଅର ଚରିତ୍ରକୁ ନେଇ ମିଥ୍ଯା ପ୍ରଚାର କରୁଥିବା ନେଇ ଏହି ଝଗଡା ସମୟରେ ମହିଳା ଜଣକ ରତିକାନ୍ତଙ୍କ ଉପରେ ଆରୋପ ଲଗାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରକିତାନ୍ତ ରଶ୍ମୀରେଖାଙ୍କୁ ହେଲମେଟରେ ଆକ୍ରମଣ କରିଥିବା କୁହାଯାଉଛି।