ଏହି ଝିଅକୁ ବିବାହ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱର : (ସଂକେତ ଟିଭି) କଳାହାଣ୍ଡି ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ସେ ବିବାହ କରିବେ ବୋଲି କୁହାଯାଉଛି । ତେବେ ଯୁବତୀ ଜଣକ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୫ ତାରିଖରେ ପୁରୀର ଏକ ଶିବ ମନ୍ଦିରରେ ବିବାହ ଉତ୍ସବର ଆୟୋଜନ କରାଯାଉଛି ।
ସୂଚନା ଅନୁସାରେ, ବ୍ୟଶଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଗାଁର ବୃତ୍ତିରେ ଇଞ୍ଜିନିୟର ଥିବା ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ବେଙ୍ଗାଲୁରୁରେ ସପ୍ଟୱେର ଇଞ୍ଜିନିୟର ଥିବା ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବେ ।

ଉଭୟଙ୍କ ପାଇଁ ଏହା ହେବ ଦ୍ଵିତୀୟ ବିବାହ। ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ । ୨ବର୍ଷ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲା । ଦିବ୍ୟଶଙ୍କର ମଧ୍ୟ ଜୟପାଟଣାର ଜଣଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ବିଧାୟକ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଗୋଟିଏ ପୁଅ ଅଛନ୍ତି । ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବିତୀୟ ବିବାହକୁ ନେଇ ଅନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି ତାଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତି ।