୨୦୨୪ରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଗଢ଼ିବ
ନୂଆଦିଲ୍ଲୀ : (ସଂକେତ ଟିଭି) ଆମେ ଅନ୍ୟ ବିରୋଧୀ ରାଜନୈତିକ ଦଳ ସହ ଆଲୋଚନା କରୁଛୁ । ନଚେତ୍ ଗଣତନ୍ତ୍ର ଓ ସମ୍ବିଧାନ ଧ୍ୱଂସ ପାଇଯିବ । ପ୍ରତ୍ୟେକ ଦଳ ଏକାଠି ହୋଇ ସେମାନଙ୍କ ମତ ରଖିବେ । କିଭଳି-୨୦୨୪ ନିର୍ବାଚନ ଜିତିହେବ ସେନେଇ ଆଲୋଚନା ଆରମ୍ଭ ହେବ । କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଆସନ୍ତାବର୍ଷ କେନ୍ଦ୍ରରେ କ୍ଷମତାକୁ ଆସିବ ବୋଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ।
ନାଗାଲାଣ୍ଡରେ ଏକ ରାଲିକୁ ସମ୍ବାଧାନ କରିବା ଅବସରରେ ଶ୍ରୀ ଖଡ୍ଗେ କହିଛନ୍ତି ଯେ ରାୟପୁରରେ ଦଳର ମହାଅଧିବେଶନ ବସିବାକୁ ଯାଉଛି । ଏଥିରେ ବିରୋଧୀ ଦଳଗୁଡିକ ପ୍ରତି ଆଭିମୁଖ୍ୟ ନେଇ ଆଲୋଚନା କରାଯିବ । ବିଜେପି ଏବେ କର୍ଣ୍ଣାଟକ, ମଣିପୁର, ଗୋଆ ଓ ମଧ୍ୟପ୍ରଦେଶର ନିର୍ବାଚିତ ସରକାରକୁ ବିଧାୟକମାନଙ୍କ ଉପରେ ଚାପ ପକାଇ ଭାଙ୍ଗିଛି । ଗୋଟିଏ ପଟେ ଆମେ ଗଣତନ୍ତ୍ର ଓ ସମ୍ବିଧାନର କଥା କହୁଥିଲା ବେଳେ ଅନ୍ୟ ପଟରେ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଛୁ । ଆମେ ସମ୍ବିଧାନକୁ
ଅନୁସରଣ କରୁନାହୁଁ । ଗଣତାନ୍ତ୍ରିକ ନୀତିରେ କାର୍ଯ୍ୟ କରୁନାହୁଁ ।
ମୋଦି ବହୁଥର କହିଛନ୍ତି ଯେ ସିଏ ହେଉଛନ୍ତି ଦେଶର ଏକମାତ୍ର ଚେହେରା ଯାହାଙ୍କୁ କେହି ଛୁଇଁପାରିବେ ନାହିଁ । ଗର୍ବର ସେ ଏହା କହିଛନ୍ତି । କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏଭଳି କହିପାରେ ନାହିଁ । ଆମକୁ ମନେରଖିବା ଉଚିତ୍ ଆମେ ଗଣତନ୍ତ୍ରରେ ରହିଛୁ । ଆମେ ଏକଚ୍ଛତ୍ରବାଦୀ ବା ନିରଙ୍କୁଶ ଶାସକ ନୁହେଁ । ଆମେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛ ୨୦୨୪ରେ ଲୋକ ଏମାନଙ୍କୁ ଶିକ୍ଷା ଦେବେ । ୨୦୨୪ରେ କେନ୍ଦ୍ରରେ ମେଣ୍ଟ ସରକାର ଆସିବ । କଂଗ୍ରେସ ଏହାର ନେତୃତ୍ୱ ନେବ । ଆମେ ଅନ୍ୟ ଦଳ ସହ କଥାବାର୍ତ୍ତା କରୁଛୁ । ବିଜେପି କୌଣସି ପରିସ୍ଥିତିରେ ସଂଖ୍ୟାଗରିଷ୍ଠତା ପାଇବ ନାହିଁ । ଆମେ ସମ୍ବିଧାନ ଓ ଗଣତନ୍ତ୍ରକୁ ଅନୁସରଣ କରିବୁ । ୧୦୦ ମୋଦି କିମ୍ବା ଶାହା ଭାରତରେ ଥିଲେ ବି ସମ୍ବିଧାନ ତାଙ୍କଠୁ ଶକ୍ତିଶାଳୀ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିଛିଦିନ ତଳେ କହିଥିଲେ ଯେ କଂଗ୍ରେସର ସଙ୍କେତକୁ ବିରୋଧୀ ଏକତା ଲାଗି ଅପେକ୍ଷା କରାଯାଇଛି । ଖଡ୍ଗେଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ଏବେ ଅନ୍ୟ ବିରୋଧୀ ଦଳ ସହ ହାତ ମିଳାଇବାକୁ ଯାଉଛି ।