ଶେଲି ଓବରୟ ହେଲେ ଦିଲ୍ଲୀର ନୂଆ ମେୟର

ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ର ନୂଆ ମେୟର ହୋଇଛନ୍ତି ଶେଲି ଓବେରୟ । ବିଜେପିକୁ ହରାଇ ଆମ୍ ଆଦମୀ ପାର୍ଟି ମେୟର ନିର୍ବାଚନ ଜିତିନେଇଛି। ୩ ଥର ବିଫଳ ହେବା ପରେ ଆଜି ୪ର୍ଥ ଉଦ୍ୟମରେ ‘ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ’ର ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସଫଳ ହେବା ସହ ଦିଲ୍ଲୀକୁ ନୂଆ ମେୟର ମିଳିଛି

ଦିଲ୍ଲୀର ପୂର୍ବ ପଟେଲ୍‌ ନଗର ୱାର୍ଡର ଶେଲି ଓବେରୟ ‘ବିଜେପି’ ମେୟର୍‌ ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ପରାଜିତ କରିଛନ୍ତି । ଭୋଟ୍‌ ଗ୍ରହଣରେ ମୋଟ୍ ୨୬୬ ଖଣ୍ଡ ଭୋଟ ପଡିଥିବା ବେଳେ ଶେଲି ଓବେରୟିଙ୍କୁ ୧୫୦ ଭୋଟ୍‌ ମିଳିଥିବା ବେଳେ ‘ ରେଖା ଗୁପ୍ତାଙ୍କୁ ୧୧୬ ଭୋଟ୍‌ ମିଳିଛି।

ସୂଚନା ଅନୁସାରେ, ମେୟର୍‌ ନିର୍ବାଚନ ନିମନ୍ତେ ଗତ ଜାନୁଆରି ୬, ଜାନୁଆରି ୨୪ ଏବଂ ଫେବ୍ରୁଆରୀ ୬ ‌ହୋଇଥିବା ଉଦ୍ୟମ ବିଫଳ ହୋଇଥିଲା। ମେୟର୍‌ ଭୋଟ୍‌ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାୟ ଦେଇଥିଲେ। ମନୋନୀତ ସଦସ୍ୟଙ୍କ ଭୋଟ୍‌ ଦେବା ଘଟଣାକୁ ନେଇ ‘ଆପ୍‌’ ଓ ‘ବିଜେପି’ ମଧ୍ୟରେ ବିବାଦ ଚାଲିଥିଲା।