ଆଦାନୀ ଗୃପଙ୍କ ଉପରେ ୱିକିପିଡ଼ିଆ ଆଣିଲା ବଡ଼ ଅଭିଯୋଗ
ନୂଆଦିଲ୍ଲୀ : (ସଂକେତ ଟିଭି) ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଣ୍ଡନ୍ବର୍ଗ ରିସର୍ଚ ରିପୋର୍ଟ ପ୍ରକାଶନ ପରେ ଆଦାନୀ ଗୃପ ଉପରେ ଗୋଟିଏ ପରେ ଗୋଟିଏ ବିପଦ ଆସୁଛି । ଏବେ ଫ୍ରି ଅନ୍ଲାଇନ୍ ଏନ୍ସିକ୍ଲୋପେଡିଆ ୱିକିପିଡ଼ିଆ ମଧ୍ୟ ଆଦାନୀ ଗ୍ରୁପ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି।
ୱିକିପିଡ଼ିଆ ଅଭିଯୋଗ କରିଛି ଯେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ‘ସକ୍ ପପୁଟ୍’ ଭେଟେରାନ୍ ବ୍ୟବସାୟୀ ଗୌତମ ଆଦାନୀ, ତାଙ୍କ ପରିବାର ଏବଂ ବ୍ୟବସାୟ ବିଷୟରେ ଅତ୍ୟଧିକ ତଥା ମିଥ୍ୟା କାହାଣୀ ଲେଖିଛି। ‘ସକ୍ ପପୁଟ୍’ ହେଉଛି ନକଲି ଆକାଉଣ୍ଟ ଯାହା ଇଣ୍ଟରନେଟରେ ସକ୍ରିୟ ରହି ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଜନସାଧାରଣଙ୍କ ମତାମତ ସୃଷ୍ଟି କରିଥାଏ କିମ୍ବା ବ୍ଲଗ୍, ଫୋରମ୍, ୱିକିପିଡ଼ିଆ ଏବଂ ଫେସବୁକ୍ ଏବଂ ଟ୍ୱିଟର ଭଳି ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ବ୍ୟବହାର କରି ସମସ୍ୟା ସୃଷ୍ଟି କରିଥାଏ।
ୱିକିପିଡ଼ିଆ କହିଛି ଯେ ଏହି ‘ସକ୍ ପପୁଟ୍’ ଗୁଡିକ ମଧ୍ୟରୁ କେତେକ ମଧ୍ୟ କମ୍ପାନୀ କର୍ମଚାରୀ, ଯେଉଁମାନେ ଭୁଲ ତଥ୍ୟରେ ପରିପୂର୍ଣ୍ଣ ବିଷୟବସ୍ତୁଗୁଡିକୁ ଭର୍ତ୍ତି କରିଥିଲେ ଏବଂ ୱିକିପିଡ଼ିଆର ସୂଚନା ଚେତାବନୀ ହଟାଇବା ପାଇଁ ସେମାନେ କାର୍ଯ୍ୟ କରିଥିଲେ। ଫେବୃଆରୀ ୨୦ର ବିଭ୍ରାନ୍ତିକର ସୂଚନା ରିପୋର୍ଟରେ ୱିକିପିଡ଼ିଆ ଏ ସମ୍ପର୍କରେ ଉଲ୍ଲେଖ କରିଛି।
ରିପୋର୍ଟରେ କୁହାଯାଇଛି ଯେ ସେ (ଆଦାନୀ) ଏବଂ ତାଙ୍କ କର୍ମଚାରୀମାନେ ୱିକିପିଡ଼ିଆ ପ୍ରବନ୍ଧ ସହ ଜଡିତ ଭେଦଭାବକାରୀ ପିଆର୍ ସଂସ୍କରଣ ମାଧ୍ୟମରେ ୱିକିପିଡ଼ିଆ ପାଠକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରିଥିଲେ। ସମ୍ପାଦକମାନେ ଆଦାନୀ ପରିବାର ଏବଂ ପରିବାର ବ୍ୟବସାୟ ଉପରେ ୯ଟି ଲେଖା ଲେଖିଥିଲେ। ଏଥିମଧ୍ୟରୁ ଅନେକ ଅନେକ ଆର୍ଟିକିଲ୍ ଏଡିଟ୍ କରିଥିଲେ ଏବଂ ବିଭିନ୍ନ ବିଷୟବସ୍ତୁକୁ ଯୋଡିଥିଲେ। ୱିକିପିଡ଼ିଆ କହିଛି ଯେ ଏହି ‘ସକ୍ ପପୁଟ୍’ ପରେ ସେଗୁଡିକୁ ନିଷେଧ କରାଯାଇଥିଲା।
ଅପରପକ୍ଷେ ଅନ୍ୟ ଏକ ଘଟଣାକ୍ରମେ ଗତକାଲି ଆଦାନୀ-ହିଣ୍ଡେନ୍ବର୍ଗ ମାମଲାରେ ସୋମବାର ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ ସମ୍ପର୍କରେ ଫୋର୍ବସ୍ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ରେକର୍ଡରେ ନେବା ଲାଗି ମନା କରି ଦେଇଛନ୍ତି। ଆବେଦନକାରୀ ଜୟା ଠାକୁରଙ୍କ ଆଇନଜୀବୀ ବରୁଣ ଠାକୁର ଏହି ରିପୋର୍ଟକୁ ରେକର୍ଡରେ ନେବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।
ହିଣ୍ଡେନ୍ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବାର ୨୫ ଦିନ ମଧ୍ୟରେ ଗୌ ତମ ଆଦାନୀଙ୍କ ସମ୍ପତ୍ତି ଅଧା ହୋଇଗଲାଣି। ଏମିତିକି ଆଦାନୀ ଏବେ ଆଦାନୀ ୨ବର୍ଷ ପଛକୁ ଚାଲିଯାଇଛନ୍ତି। ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ହ୍ରାସ ହେତୁ ଗୌତମ ଆଦାନୀଙ୍କ ନିଟ୍ ସମ୍ପତ୍ତିରେ କ୍ରମାଗତ ଭାବେ ହ୍ରାସ ଜାରି ରହିଛି।