ଦେଢଲକ୍ଷ ଟଙ୍କାର ଚପଲ ଜେଲ୍ କର୍ତ୍ତୃପକ୍ଷ ନେଇଯିବାରୁ କାନ୍ଦିଲେ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ : (ସଂକେତ ଟିଭି) ମନି ଲଣ୍ଡ୍ରି ଓ ଠକେଇ ମାମଲାରେ ଗିରଫ ହୋଇ ମଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ କାନ୍ଧିବା ଭିଜୁଏଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ସୁକେଶ ତାଙ୍କ ଆଖିକୁ ବାରମ୍ବାର ପୋଛୁଛି । ଜେଲ କର୍ତ୍ତୃପକ୍ଷ ଏବଂ ଟିମ ସୁକେସଙ୍କ ଜିନିଷ ଯାଞ୍ଚ କରୁଥିବା ବେଳେ ସେ ଏକାକି ଠିଆ ହୋଇଛନ୍ତି । ତିହାର ଜେଲର ଦୀପକ ଶର୍ମା ଡେପୁଟି ସୁପରିଟେଣ୍ଡେଣ୍ଟ ଜୟ ସିଂ ଅନ୍ୟାନ୍ୟ କର୍ମଚାରୀ ରହିଥିବା ଦେଖାଯାଉଛି ।

ତେବେ ରିପୋର୍ଟ ଅନୁସାରେ ତେବେ ସୁକେଶ ରହିଥିବା ପ୍ରକୋଷ୍ଠକୁ ଜେଲ କର୍ମଚାରୀ ତଲାସି କରିଥିଲେ। ତେବେ ସୁକେସଙ୍କ ଠାରୁ ଦେଢଲକ୍ଷ ଟଙ୍କାର ଗୁଚି ଚପଲ ଏବଂ ୮୦ ହଜାର ଟଙ୍କାର ଦୁଇଟି ଜିନ୍ସ ଜବତ କରିଥିଲେ । ତେବେ ସେମାନେ ଯିବା ପରେ ଏକ ସ୍ଥାନରେ ଛିଡା ହୋଇ ସୁକେଶ କାନ୍ଦିଥିଲା । ଡାହାଣ ହାତରେ ଆଖିରୁ ଲୁହ ପୋଛୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।

ଠକେଇ ଓ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଚନ୍ଦ୍ରଶେଖର ଏବଂ ତାଙ୍କ ସ୍ତ୍ରୀ ଲିନା ପାଉଲଙ୍କୁ ଅଗଷ୍ଟ ୨୦୨୨ତାରିଖରେ ମଣ୍ଡୋଲ ଜେଲକୁ ପଠାଯାଇଥିଲା । ସେହିଦିନଠାରୁ ତାଙ୍କୁ କଡାକଡି ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଥିଲା ।

ଗତ ଜାନୁଆରୀ ୨୩ ତାରିଖରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲା ଠକ ସୁକେଶ । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଲଗାତାର ଭାବେ ଧମକ ଦିଆଯିବା ସହ ନିର୍ଯାତନା ଦିଆଯାଉଥିବା ନେଇ ତିନି ପୃଷ୍ଠାର ଏକ ଚିଠି ଲେଖିଥିଲେ । ସୁକେଶ ଚିଠିରେ ଉଲ୍ଲେଖ କରିଥିଲେ ଜେଲ୍‌ କର୍ମଚାରୀଙ୍କ ମାଧ୍ୟମରେ ମୋତେ ସତ୍ୟେନ୍ଦ୍ର ଜୈନ ବାରମ୍ବାର ଧମକ ଦେଉଛନ୍ତି ।