ଗୁପ୍ତ ତଥ୍ୟ ଲିକ୍ କରି ବନ୍ଧା ହେଲେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବରିଷ୍ଠ ଅଫିସର

ବାଲେଶ୍ବର : (ସଂକେତ ଟିଭି) ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ‌ଯୋଗାଇବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର ଗିରଫ ହୋଇଛନ୍ତି । ପାକିସ୍ତାନ ରାୱଲପିଣ୍ଡିର ମହିଳାଙ୍କ ପ୍ରେମରେ ପଡି ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ କରିଥିବା ଅଭିଯୋଗ ହୋଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥ କହିଛନ୍ତି ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଟେକନିକାଲ ଅଫିସର । ତାଙ୍କୁ ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସିର ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ହ୍ବାଟସଅପ ଜରିଆରେ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ଏଜେଣ୍ଟକୁ ଯୋଗାଇଥିଲା। ଏହି ତଥ୍ଯ ବଦଳରେ ଏଜେଣ୍ଟ ଜଣକ ନଗ୍ନ ଫଟୋ ଏବଂ ଭିଡିଓ ଅଭିଯୁକ୍ତଙ୍କ ପାଖକୁ ପଠାଉଥିଲା ।

ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏଥିଲେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ଖୋଲତାଡ ଜାରି ରହିଛି ବୋଲି ଏସ୍‌ପି ଶାଗରିକା ନାଥ କହିଛନ୍ତି।

ସେହିପରି ୨୦୨୧ ମସିହାରେ ପାକିସ୍ତାନକୁ ଗୁପ୍ତ ତଥ୍ୟା ଦେବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୫ ଜଣଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଂଜନ ନାୟକ, ସେକ୍‌ ମୁସାଫିର ଓ ସଚିନ କୁମାର। ଗିରଫଙ୍କ ଭିତରୁ ୪ ଜଣ ଡିଆର୍‌ଡିଓର ଠିକା କର୍ମଚାରୀ ହୋଇଥିବା ବେଳେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ।