ବିଶ୍ୱ ପାଇଁ ଉଦାହରଣ ଭାରତ: ବିଲ୍ ଗେଟ

ନୂଆଦିଲ୍ଲୀ : (ସଂକେତ ଟିଭି) ବିଶ୍ୱ ପାଇଁ ଉଦାହରଣ ଭାରତ । ଭବିଷ୍ୟତ ଭରସା ହେଉଛି ଭାରତ । କୌଣସି ଚ୍ୟାଲେଞ୍ଜକୁ କିପରି ସଫଳତାର ସହ ସମାଧାନ କରିବା ହେବ ତାହା ବିଶ୍ୱବାସୀ ଭାରତ ଠାରୁ ଶିଖିବା ଆବଶ୍ୟକ । ଭାରତକୁ ନେଇ ଏଭଳି କିଛି କହିଛନ୍ତି ମାଇକ୍ରୋସଫ୍ଟର ସହସଂସ୍ଥାପକ ଏବଂ ବିଲ୍ ଏଣ୍ଡ ମୋଲିଂଡା ଗେଟ୍ସ ଫାଉଣ୍ଡେସନର ସହ- ଅଧ୍ୟକ ବିଲ୍ ଗେଟ୍ସ ।

ସେ ନିଜ ବ୍ଲଗ ରେ ଲେଖିଛନ୍ତି, ଭାରତ ଭବିଷ୍ୟତ ପାଇଁ ଆଶା ସଂଚାର କରିଥାଏ । ଭାରତ ବିଶ୍ୱବାସୀଙ୍କୁ ଦେଖାଇଛି କିଭଳି ସମସ୍ୟା ସମାଧାନ କରାଯାଏ । ବିଲ୍ ଗେଟ୍ସରେ ଲେଖିଛନ୍ତି, କରୋନା ସମୟରେ ବିଶ୍ୱ ସଂକଟରେ ଯୁଝି ହେଉଥିଲା, ହେଲେ ଭାରତ ଏ ସଂକଟର ସମାଧାନ ବାହାର କରିଛି । ଇନୋଭେସନ ଓ ଡେଲିବରୀ ଚ୍ୟାନେଲସ ସହିତ ବିଭିତ୍ତ ଦେଶର ସମସ୍ୟାର ସମାଧାନ କରିଆସୁଛନ୍ତି ।

ନିଜ କମ୍ପାନୀ ବିଷୟ ମଧ୍ୟ ବିଲ୍ ଗେଟ୍ସ ଲେଖିଛନ୍ତି, ସେ କହିଛନ୍ତି, ମାଇକ୍ରୋସଫ୍ଟ କମ୍ପାନୀ ପାଇଁ ଅଧିକାଂଶ ଲୋକ ସମସ୍ୟା ଭୋଗୁଛନ୍ତି । ଏଥିରେ ମୋତେ ବି ଶୁଣିବାକୁ ପଡ଼ୁଛି । ଏକଳାଳୀନ ସମସ୍ୟା ସମାଧାନ କରିବାକୁ ପର୍ଯ୍ୟାପ୍ତ ସମୟ ଓ ପଇସା ନଥିବା କହିଛନ୍ତି ବିଲ୍ ଗେଟ୍ସ । କିନ୍ତୁ ଭାରତ ଏହି ଧାରଣାକୁ ଭୂଲ ପ୍ରମାଣିତ କରିଛି । ସଂକଟ ସମୟରେ ଭାରତ ଉଲ୍ଲେଖନୀ ପ୍ରଗତୀ ହାସଲ କରିଛି । ଯାହା ଏହାକୁ ପ୍ରମାଣିତ କରୁଛି ।

ବିଲ୍ ଗେଟ୍ସ ନିଜ ବ୍ଲଗରେ ଲେଖିଛନ୍ତି, ସମଗ୍ର ଭାବେ ଭାରତ ମତେ ଭବିଷ୍ୟତ ପାଇଁ ଆଶା ଦେଇଛି । ଏହା ବିଶ୍ୱ ସବୁଠାରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଦେଶ । ଯାହାର ଅର୍ଥ ଏଠାରେ ସମସ୍ତ ସମସ୍ୟା ଏକସଙ୍ଗରେ ସମାଧାନ କରିବା ସମ୍ଭବ ନୁହେଁ । ହେଲେ ଏହାକୁ ପ୍ରମାଣିତ କରି ବିଶ୍ୱବାସୀ ଦେଖାଇଛି । ଚ୍ୟାଲେଞ୍ଜକୁ କିପରି ଗ୍ରହଣ କରି ସମାଧାନ କରିବା । ଭାରତରେ ଗରିବୀ ହ୍ରାସ ପାଇଛି, ଏଚଆଇଭି ଭଳି ମାରାତ୍ମକ ଲୋଗ କମିଛି, ଶିଶୁ ମୃତ୍ୟୁହାର ହ୍ରାସ ପାଇଛି, ସ୍ୱଚ୍ଛତାରେ ଭାରତ ଅଗ୍ରଗତି କରୁଛି ବୋଲି ବିଲ୍ ଗେଟ୍ସ କହିଛନ୍ତି ।