ଅନଲାଇନ ବେଟିଂ ଠକ ଗିରଫ, ଚୀନରେ କମ୍ପାନୀ, ଦୁବାଇରୁ କାରବାର
ଭୁବନେଶ୍ୱର : (ସଂକେତ ଟିଭି) ଅନଲାଇନ ବେଟିଂ ଚିଟଫଣ୍ଡ ଠକ ଦୁଇ ଜଣଙ୍କୁ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଏମାନେ ତାଙ୍କ କମ୍ପାନୀ ଚୀନରେ ରେଜିଷ୍ଟ୍ରେସନ କରିଥିବାବେଳେ ଏହା ଦୁବାଇରୁ ଅପରେସନ ହେଉଥିଲା। ୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା । ଏବେସୁଦ୍ଧା କ୍ରାଇମବ୍ରାଞ୍ଚ ୧୭ ଟି ଆକାଉଣ୍ଟ କୁ ଠାବ କରିଛି । ଏବେ ସୁଦ୍ଧା ୧୦୮ କୋଟି ଟଙ୍କା ଠାବ କରାଯାଇଛି। ଗିରଫ ପରେ ୨ ଅଭିଯୁକ୍ତଙ୍କୁ ହାଓଡା ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟରେ ହଜାର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି । ଉଭୟଙ୍କୁ ବ୍ରହ୍ମପୁର ଓ.ପି.ଆଇ.ଡି କୋର୍ଟରେ ହାଜର କରାଯିବ। ଏବେ ଏହି ଘଟଣାକୁ ନେଇ ଇଓଡବ୍ଲୁ ଇଣ୍ଟରପୋଲର ସହାୟତା ଲୋଡ଼ିଛି ।