୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : (ସଂକେତ ଟିଭି) ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଜି ବିଧାନସଭାରେ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ । ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୮୪ ହଜାର ୫ଶହ କୋଟି । ଋଣ ଓ ଅନ୍ୟାନ୍ୟ ବାବଦକୁ ୪୫ ହଜାର ୫ ଶହ କୋଟି ମିଳିବ । ରାଜ୍ୟର ନିଜସ୍ୱ ଟିକସ ୫୩ହଜାର କୋଟି ଏବଂ ଅଣ ଟିକସ ରାଜସ୍ୱ ୫୨ ହଜାର ୫୦୦ କୋଟି ଟଙ୍କା ମିଳିବ।

ଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି :-
କୃଷି ବିଭାଗ ପାଇଁ ୨୪,୮୨୯ କୋଟି ବ୍ୟୟବରାଦ
ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ
ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା
ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ
ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା ବ୍ୟୟବରାଦ
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି ଟଙ୍କା
ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି
ଏମଏସଏମଇ ପାଇଁ ୬୪୭ କୋଟି ବ୍ୟୟବରାଦ
ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି
ମିଶନ୍ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ବ୍ୟୟବରାଦ
ମତ୍ସ ଓ ପଶୁ ସମ୍ପଦ ପାଇଁ ୧୭୬୯ କୋଟି ବ୍ୟୟବରାଦ
ପର୍ଯ୍ୟଟନ କ୍ଷେତ୍ର ପାଇଁ ୬୮୦ କୋଟି ବ୍ୟୟବରାଦ
ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି