ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଲେ ସୋନିଆ ଗାନ୍ଧୀ
ରାୟପୁର : (ସଂକେତ ଟିଭି) ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସେ ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ନିଜ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ଏହା କହିଥିଲେ।
ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବହୁତ ଭଲ ପ୍ରଦର୍ଶନ କରିଛି। ରାହୁଲ ଯେଉଁ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଏହି ଯାତ୍ରାରେ ସେମାନଙ୍କ ସମସ୍ୟା ଶୁଣିଥିଲେ ତାହା ପ୍ରଶଂସନୀୟ। ସେ ରାଜନୀତିରୁ ନିଜ ଅବସର ଆଡକୁ ସୂଚାଇ କହିଛନ୍ତି ଯେ ମୋର ଇନିଂସ ଭାରତ ଯୋଡୋ ଯାତ୍ରା ଭଳି ମୋର ଯାତ୍ରାର ଶେଷ ଭଲ ସମାପ୍ତି ଆଉ କିଛି ହୋଇ ନ ପାରିଥାନ୍ତା।
ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଆରଏସଏସ ସମସ୍ତ କେନ୍ଦ୍ରୀୟ ସ୍ବୟଂଶାସିତ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି । ମୋଦି ଦେଶ ପାଇଁ ନୁହେଁ ବରଂ ତାଙ୍କ ସାଙ୍ଗମାନଙ୍କ ପାଇଁ କ୍ଷମତା ଚଳାଉଛନ୍ତି ବୋଲି ସେ କହିଛନ୍ତି ।
ଏହା ସହିତ ସେ କହିଛନ୍ତି ଯେ ବିଜେପି ଘୃଣାର ନିଆଁରେ ଘିଅ ଢାଳୁଛି। ସଂଖ୍ୟାଲଘୁ, ମହିଳା, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରାଯାଇଛି।