ମୋତେ ୫୨ ବର୍ଷ, ତଥାପି ମୋ ପାଖରେ ନିଜର ଘର ଖଣ୍ଡିଏ ନାହିଁ: ରାହୁଲ ଗାନ୍ଧୀ
ରାୟପୁର : (ସଂକେତ ଟିଭି) ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ୫୨ବର୍ଷ ହେଲାଣି ତାଙ୍କର ନିଜ ଘର ଖଣ୍ଡିଏ ନାହିଁ। ପରିବାରର ଯେଉଁ ଘର ଅଛି ତାହା ଆହ୍ଲାବାଦରେ ଅଛି। ତାକୁ ମଧ୍ୟ ନିଜର ଘର କହିପାରିବି ନାହିଁ।
ସେ କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରାରେ ମୁଁ ଅନେକ କିଛି ଶିଖିଛି। ଏହି ଯାତ୍ରା ସମୟରେ ମୁଁ ସମାଜର ସବୁ ବର୍ଗର ଲୋକଙ୍କୁ ଭେଟିଛି। ଭାରତ ଯୋଡ଼ୋ ଯାତ୍ରା ସମୟରେ ମୁଁ ବହୁତ କିଛି ଶିଖିଛି। ମୁଁ କନ୍ୟାମୁକାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଦେଶ ପାଇଁ ଚାଲିଛି। ଏହି ଯାତ୍ରା ସମୟରେ ହଜାର ହଜାର ଲୋକ ଏବଂ ଅନ୍ୟ ଦଳର ନେତାଙ୍କ ସହ ଯୋଡି ହୋଇଥିଲି। ମୁଁ କୃଷକଙ୍କ ସମସ୍ତ ସମସ୍ୟା ଶୁଣିଲି ଏବଂ ସେମାନଙ୍କ ଯନ୍ତ୍ରଣା ଅନୁଭବ କରିଥିଲି।’’
ଏହି ୪ ମାସ ଭିତରେ ସେ ପ୍ରାୟ ୪୦୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ସେ ତାଙ୍କ ଯାତ୍ରା ଶେଷ କରିଥିବା ଜମ୍ମୁ କଶ୍ମୀର ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ, ସେଠାରେ ପହଞ୍ଚିବା ପରେ ସେ ନିଜ ଘରେ ଥିବା ଭଳି ଅନୁଭବ କରିଥିଲେ।
ସବୁଠୁ ବଡ଼ ସେ କହିଛନ୍ତି, ‘‘ମୋତେ ୫୨ ବର୍ଷ ବିତିଗଲାଣି ତଥାପି ଘର ଖଣ୍ଡେ ନାହିଁ। କିନ୍ତୁ ଯେତେବେଳେ ମୁଁ କଶ୍ମୀରରେ ପହଞ୍ଚିଲି, ସେତେବେଳେ ଏହା ମୋର ନିଜ ଘର ଭଳି ଲାଗିଲା। ଏହି ଯାତ୍ରା ସବୁ ଜାତି ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କୁ ଗୋଟିଏ ପରିବାର ଭଳି ଅନୁଭବ ଦେଇ ପାରିଛି। ଲୋକ ମୋ ସହ ରାଜନୈତିକ କଥାବାର୍ତ୍ତା କରୁନଥିଲେ। ମୁଁ କାଶ୍ମୀରରେ ପହଞ୍ଚିବା ପରେ ସବୁ କିଛି ପରିବର୍ତ୍ତନ ଅନୁଭବ କଲି। ଏହି ପଦଯାତ୍ରା ଭାରତକୁ ଏକଜୁଟ ଏବଂ ଶକ୍ତିଶାଳି କରିବାର ଉଦ୍ଦେଶ୍ୟ ଥିଲା। ସେହିପରି ଏହି ପଦଯାତ୍ରା ବେକାରୀ ଏବଂ ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା।’’