ଗ୍ରୀଡକୋ ଉପରେ ରହିଛି ୬,୫୧୨କୋଟି ଋଣ

ଭୁବନେଶ୍ୱର : (ସଂକେତ ଟିଭି) ୨୦୨୨-୨୩ (ଏପ୍ରିଲ ରୁ ଡିସେମ୍ବର) ଗ୍ରୀଡ୍‌କୋ ବିଭିନ୍ନ ସୂତ୍ରରୁ ମୋଟ ୨୭ହଜାର ୯୯୫ ମେଗା ୟୁନିଟ୍‌ ବିଦ୍ୟୁତ କିଣିଛି । ସେଥି ମଧ୍ୟରୁ ସରବରାହ କ୍ଷତିକୁ ବାଦ ଦେଇ ଏହି ଅବଧି ମଧ୍ୟରେ ବିଭିନ୍ନ ବିତରଣକାରୀ ସଂସ୍ଥାକୁ ୨୪ହଜାର ୫୨୪ମେଗା ୟୁନିଟ୍‌, ଇମ୍ଫା ଓ ନାଲକୋକୁ ୮୨ମେଗା ୟୁନିଟ୍‌ ଓ ଟ୍ରେଣ୍ଡିଂ ବ୍ୟାଙ୍କିଂ/ଡେଭିଏସନ୍‌ ମାଧ୍ୟମରେ ୨ହଜାର ୬୨୯ମେଗା ୟୁନିଟ୍‌ ବିକ୍ରି କରାଯାଇଛି ।

୨୦୨୨ ଡିସେମ୍ବର ୩୧ ସୁଦ୍ଧା ଗ୍ରୀଡ୍‌କୋ ଉପରେ ୬ହଜାର ୫୧୨କୋଟି ଟଙ୍କା ଋଣ ରହିଛି । ଏହି ଋଣ ପରିଶୋଧ ପାଇଁ ଗ୍ରୀଡ୍‌କୋ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଓଇଆର୍‌ସିଙ୍କ ଭେଷ୍ଟିଂ ଅର୍ଡର ଅନୁଯାୟୀ ଟାଟା ପାୱାର ଅଧିକୃତ ବିତରଣ ସଂସ୍ଥାମାନେ ଅଧିଗ୍ରହଣ ପୂର୍ବରୁ ବିତରଣ କମ୍ପାନୀମାନଙ୍କର ବକେୟା ରାଶି ଆଦାୟ କରି ଗ୍ରୀଡ୍‌କୋ ପୈଠ କରିଛନ୍ତି । ବଳକା ବିଦ୍ୟୁତ୍‌ ଶକ୍ତିକୁ ବିକ୍ରି କରାଯାଇ ଗ୍ରୀଡ୍‌କୋର କ୍ଷତିକୁ କିଛି ମାତ୍ରାରେ କମ୍‌ କରାଯାଇ ପାରିଛି । ଉଚ୍ଚ ମୂଲ୍ୟରେ ବି ଦ୍ୟୁତ୍‌
ଶକ୍ତି ଆବଣ୍ଟନକୁ ବାତିଲ କରି ସ୍ୱଳ୍ପ ମୂଲ୍ୟ ବିଶିଷ୍ଟି ବିଦ୍ୟୁତ କ୍ରୟ ଚୁକ୍ତିନାମା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତିତ ରାଜ୍ୟ ସରକାରଙ୍କ ଅନୁଦାନ କ୍ରମେ ଗ୍ରୀଡକୋ ବାବଦରେ ଥିବା ୨୦୩୯.୬୯କୋଟି ଟଙ୍କା ସରକାରଙ୍କ ଅଂଶଧନରେ ପରିବର୍ତ୍ତନ କରାଗଲା ବୋଲି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ପ୍ରତାପ କେଶର ଦେବ ଦର୍ଶାଇଛନ୍ତି ।