ପ୍ରଦୀପ ଜେନା ହେଲେ ନୂଆ ମୁଖ୍ୟ ଶାସନ ସଚିବ; ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର : (ସଂକେତ ଟିଭି) ପରବର୍ତ୍ତୀ ମୁଖ୍ଯ ଶାସନ ସଚିବ ହେବେ ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ନେବେ। ତା ପରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବେ।
୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସରପ୍ରଦୀପଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ବର୍ତ୍ତମାନ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନ ଓ ଉନ୍ନୟନ କମିଶନର ଦାୟିତ୍ୱରେ ସମ୍ଭାଳୁଛନ୍ତି। ସେହିପରି ପ୍ରଦୀପଙ୍କ ସ୍ଥାନରେ ଏସିଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି। ସେ ଜଳ ସମ୍ପଦ ସଚିବ ସହ ଉନ୍ନୟମ କମିଶନର ଭାବରେ ଅନୁ ଗର୍ଗ ଦାୟିତ୍ୱ ତୁଲାଇବେ । ସେହିପରି ସୁରେଶ ମହାପାତ୍ରଙ୍କୁ ପରବର୍ତ୍ତୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
