ଏମ୍ଓୟୁ କରି ଓହରିଛି ୧୪ ବୃହତ ଶିଳ୍ପ ସଂସ୍ଥା, ଆସିଲାନି ୧.୬୨ ଲକ୍ଷ କୋଟି ପୁଞ୍ଜି
ଭୁବନେଶ୍ୱର : (ସଂକେତ ଟିଭି) ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୪ଟି ବୃହତ ଶିଳ୍ପ ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର(ଏମ୍ଓୟୁ) କରିଥିଲେ । ରାଜ୍ୟରେ ୧ ଲକ୍ଷ ୬୨ ହଜାର ୩୮୮ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥାନ୍ତା । ହେଲେ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ଜାଗା, ସ୍ଥାନୀୟ ଲୋକଙ୍କ ବିରୋଧ ଓ ବିଭିନ୍ନ କାରଣ ଯୋଗୁ ଏସବୁ ବୃହତ୍ତ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ନକରି ଓହରି ଯାଇଛନ୍ତି । ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଛି ।
କେନ୍ଦୁଝର ଜିଲ୍ଲାର ପାଟଣା ଠାରେ ଉତ୍ପାଦନ ହେବାକୁ ଥିବା ଷ୍ଟିଲ୍ ପାଇଁ ପ୍ରକଳ୍ପ ଖର୍ଚ୍ଚ ୪୦ହଜାର କୋଟି ଟଙ୍କା ଥିଲା । ୨୦୧୧ରେ ରାଜ୍ୟ ସରକାର ମିତଲ ଇଣ୍ଡିଆ ସହ ଏମ୍ଓୟୁ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ଡୁବୁରୀ ଠାରେ ମହାରାଷ୍ଟ୍ର ସିମ୍ଲେସ୍ ଲିଃ. କମ୍ପାନୀ ସହ ରାଜ୍ୟ ସରକାର ୨୦୦୮ରେ ଚୁକ୍ତିନାମା କରିଥିଲେ । ଏଠାରେ ଷ୍ଟିଲ ଉପିାଦନ ଲକ୍ଷ୍ୟ ଥିବାବେଳେ ୪୫୦କୋଟି ଟଙ୍କାର ପ୍ରଳଳ୍ପ ଖର୍ଚ୍ଚ ରହିଥିଲା । ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ପୋସ୍କୋ ଇଣ୍ଡିଆ ପ୍ରାଇଭେଟ ଲିଃ. ସହ ୨୦୧୦ରେ ଚୁକ୍ତିନାମା କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ୫୧ହଜାର କୋଟି ଟଙ୍କା ପ୍ରକଳ୍ପ ଖର୍ଚ୍ଚ ଥିବା ବେଳେ ଏଠାରେ ଷ୍ଟିଲ୍ ଉପିାଦନ ହୋଇଥାନ୍ତା । କେନ୍ଦୁଝର ଜିଲ୍ଲାର ପଳାଶପାଙ୍ଗା ଠାରେ ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ୍ ୧୨ହଜାର ୫ଶହ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ ପାଇଁ ୨୦୦୯ରେ ଚୁକ୍ତିନାମା କରିଥିଲା ।
ସେହିଭଳି ଅନୁଗୁଳ ଜିଲ୍ଲାରେ ଘାଣ୍ଟିଗଡିଆ, ତାଲବାହାଲ ଠାରେ ଅନୁଗୁଳ ଏନର୍ଜି ଲିଃ. ୨୦୧୧ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିଲା । ଏହି କମ୍ପାନୀ ଶକ୍ତି ଉପିାଦନ ପାଇଁ ୮ହଜାର ୪୮୩କୋଟି ଟଙ୍କା ପୁଞ୍ଜିନିବେଶ କରିଥାନ୍ତା । ଏହାସହ ଅନୁଗୁଳ ଜିଲ୍ଲାର କିଶୋର ନଗର ଠାରେ ଜେଆର୍ ପାୱାର ଜେନ୍ ପ୍ରାଇଭେଟ୍ ଲିଃ. ଶକ୍ତି ଉପିାଦନ ପାଇଁ ୨୦୧୩ରେ ଏମ୍ଓୟୁ କରିଥିଲା । ଏହାର ପ୍ରକଳ୍ପ ଖର୍ଚ୍ଚ ୭୯୮୮.୯୦ କୋଟି ଟଙ୍କା ରହିଥିଲା । କଟକ ଜିଲ୍ଲାର ନରାଜ, ମାର୍ଥାପୁର, ଘଣ୍ଟିଖାଲ ଠାରେ ଯଥାକ୍ରମେ ଟାଟା ପାୱାର କମ୍ପାନୀ ଲିଃ. ଓ ଆରତି ଷ୍ଟିଲ୍ ଲିଃ. ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଥିଲା । ଉଭୟ କମ୍ପାନୀ ଯଥାକ୍ରମେ ୪,୩୪୮କୋଟି ଟଙ୍କା ଓ ୨,୦୬୫ କୋଟି ଟଙ୍କା ପୁଞ୍ଜି ଖଟାଇଥାନ୍ତେ । ଢେଙ୍କାନାଳ ଜିଲ୍ଲାର ନେଉଳପୋଇ ଠାରେ ସିଇଏସ୍ସି ଲିଃ. କମ୍ପାନୀ ସହ ୨୦୧୧ରେ ରାଜ୍ୟ ସରକାର ଚୁକ୍ତିନାମା କରିଥିବା ବେଳେ ଶକ୍ତି ଉପିାଦନ ହେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଠାରେ ୪,୦୪୨କୋଟି ଟଙ୍କା ପୁଞ୍ଜି ନିବେଶ କରିଥାନ୍ତା ଏହି କମ୍ପାନୀ ।
ସେହିପରି ଢେଙ୍କାନାଳ ଜିଲ୍ଲାର କୁରୁନ୍ତି ଠାରେ ସାଫ୍ରନ୍ ରିର୍ସୋସେସ୍ ପ୍ରାଇଭେଟ୍ ଲିଃ. କମ୍ପାନୀ ସହ ଚୁକ୍ତିନାମା କରାଯାଇଥିଲା । ଏହି କମ୍ପାନୀର ପ୍ରକଳ୍ପ ଖର୍ଚ୍ଚ ୬୯୩୦ କୋଟି ଟଙ୍କା ଥିବା ବେଳେ ଏଠାରୁ ଶକ୍ତି ଉତ୍ପାଦନ ହୋଇଥାନ୍ତା । ଢେଙ୍କାନାଳର ଜାମୁଚକରା, ହିନ୍ଦୋଳ ଠାରେ ଚମ୍ବଲ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଭେଣ୍ଟର୍ସ ଲିଃ. ଶକ୍ତି ଉତ୍ପାଦନ କରିବା ଲାଗି ଚୁକ୍ତିନାମା କରିଥିଲା । ଏହି ଦୁଇ ସ୍ଥାନରେ ଉକ୍ତ କମ୍ପାନୀ ୪,୯୩କୋଟି ଟଙ୍କା ଖଟାଇଥାନ୍ତା ।
ଝାରସୁଗୁଡା ଜିଲ୍ଲାର ସୋଡାମଲ, କୋଲାବିରାରେ କଳିଙ୍ଗ ଏନର୍ଜି ଆଣ୍ଡ ପାୱାର ଲିଃ. ୬ହଜାର ୫୦୦କୋଟି ଟଙ୍କା ପୁଞ୍ଜି ଖଟାଇ ଶକ୍ତି ଉପିାଦନ କରିଥାନ୍ତା । ୨୦୧୨ ମସିହାରେ ଏହି କମ୍ପାନୀ ରାଜ୍ୟ ସରକାର ଏମ୍ଓୟୁ କରିଥିଲେ । ନୟାଗଡ ଜିଲ୍ଲା ଅନ୍ତର୍ଗତ ଭାପୁର ଠାରେ ୬ହଜାର ୨ଶହ ୮୭କୋଟି ବ୍ୟୟରେ ବିଜିଆର୍ ଏନର୍ଜି ସିଷ୍ଟମ୍ ଲିଃ. ଶକ୍ତି ଉତ୍ପାଦନ କରିଥାନ୍ତା । ୨୦୧୩ ମସିହାରେ ସରକାରଙ୍କ ସହ ଏମ୍ଓୟୁ କରିଥିଲା ଏହି କମ୍ପାନୀ । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କେରାପୁଟ ଠାରେ ଆର୍ଏସ୍ବି ମେଟାଲଟେକ୍ ପ୍ରାଇଭେଟ ଲିଃ. ଆଲୁମିନିୟମ ଉତ୍ପାଦନ ଲାଗି ୬ହଜାର ୮ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିଥାନ୍ତା । ୨୦୧୦ ମସିହାରେ ଉକ୍ତ କମ୍ପାନୀ ସହ ରାଜ୍ୟ ସରକାର ଏମ୍ଓୟୁ କରିଥିଲେ । ଉପରୋକ୍ତ କମ୍ପାନୀ ସବୁ ଏମ୍ଓୟୁ କରି ସାରିଥିଲେ ମଧ୍ୟ ଓଡିଶାରେ ପୁଞ୍ଜି ନିବେଶ ନକରି ଓହରିଯାଇଛନ୍ତି ।