ରାଜ୍ୟରେ ୨୮ ସରକାରୀ ଉଦ୍ୟୋଗ ଅଚଳ
ଭୁବନେଶ୍ୱର : (ସଂକେତ ଟିଭି) ରାଜ୍ୟରେ ୨୮ଟି ସରକାରୀ ଉଦ୍ୟୋଗ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ସେଗୁଡିକ ହେଉଛି ଓଡିଶା ଇଲେକଫି୍ରକାଲ ଏମ୍ଏଫ୍ଜି କୋ. ଲିଃ., ଗଜପତି ଷ୍ଟିଲ ଇଣ୍ଡଷ୍ଟି୍ର ଲିଃ., ମଡର୍ଣ୍ଣ ମାଲିଏବୁଲ କାଷ୍ଟିଂ କୋ. ଲିଃ., ଇଷ୍ଟର୍ଣ୍ଣ ଆକ୍ୱାଟିକ୍ ପ୍ରଡକଫ ଲିଃ., ଓଡିଶା ଲେଦର ଇଣ୍ଡଷ୍ଟି୍ରଜ୍ ଲିଃ., କୋର୍ଣ୍ଣାକ୍ ଡିଟରଜେଣ୍ଟ ଆଣ୍ଡ ସପ୍ ଲିଃ., ଓଡିଶା ବୋଟ ବିଲïର୍ସ ଲିଃ., ନ୍ୟୁମୟୂରଭଞ୍ଜ ଟେକ୍ସଟାଇଲ୍ସ ଲିଃ., ଓଡିଶା ଟେକ୍ସଷ୍ଟାଇଲ୍ସ ମିଲ୍ସ, ଓଡିଶା ଷ୍ଟେଟ୍ ଟେକ୍ସଷ୍ଟାଇଲ୍ସ କର୍ପୋରେସନ୍ ଲିଃ., ଓଡିଶା ଷ୍ଟେଟ୍ ହ୍ୟାଣ୍ଡଲୁମ୍ ଡେଭଲୋପ୍ମେଣ୍ଟ କର୍ପୋରେସନ୍, ଓଡିଶା ଷ୍ଟେଟ୍ କର୍ମସିଆଲ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଓ ଓଡିଶା ଫିସରିଜ୍ ଡେଭଲୋପ୍ମେଣ୍ଟ କର୍ପୋରେସନ ଭଳି ଆଉ କିଛି ସଂସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇ ରହିଛି।
ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ସରକାରୀ ଉଦ୍ୟୋଗ ଗୁଡିକୁ ସଳଚ କରିବା ଲାଗି ସମ୍ପୃକ୍ତ ପ୍ରଶାସନିକ ବିଭାଗ ଠାରୁ କୌଣସି ପ୍ରସ୍ତାବ ମିଳିନାହିଁ । ଅଚଳ ଉଦ୍ୟୋଗ ଗୁଡିକ ଜମିବାଡି ବିକ୍ରିବଟା କରିବାକୁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ମିଳିନାହିଁ । ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହା ଦର୍ଶାଇଛନ୍ତି ।