ରାଜ୍ୟରେ ଖାଲି ପଡ଼ିଛି ୨୮ ହଜାର ପୋଲିସ ପଦବି
ଭୁବନେଶ୍ୱର : (ସଂକେତ ଟିଭି) ରାଜ୍ୟରେ ୨୮୦୭୪ଟି ପୋଲିସ ପଦବି ଖାଲି ପଡ଼ିଛି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପାଞ୍ଚଟି ବର୍ଗର ମଞ୍ଜୁରିପ୍ରାପ୍ତ ୧୩୯୩୮୪ ରୁ ୨୮୦୭୪ଟି ପଦବି ଖାଲି ପଡ଼ିଛି।
‘କ’ ବର୍ଗରେ ୧୦୩୯ ମଞ୍ଜୁରିପ୍ରାପ୍ତ ପଦବି ଭିତରୁ ୨୯୭ଟି, ‘ଖ’ ବର୍ଗରେ ୬୪୫୪ ମଧ୍ୟରୁ ୨୧୨୦, ‘ଗ’ ବର୍ଗରେ ୬୨୧୯୯ ଭିତରୁ ୧୧୬୨୦ ଓ ‘ଘ’ ବର୍ଗରେ ୬୯୬୯୨ ମଧ୍ୟରୁ ୧୪୦୩୭ଟି ପୁଲିସ ପଦବି ଖାଲି ରହିଛି।
ଏହାଛଡ଼ା ମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି, ସେନେଇ ସବିଶେଷ ତଥ୍ୟ ହାସଲ କରାଯାଉଛି। ପୋଲିସ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି।