FeaturedLatestSports

ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସ୍ଥାପିତ ହେବ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ : (ସଂକେତ ଟିଭି ) ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଏପ୍ରିଲ ୨୩ରେ ସଚିନ ନିଜର ୫୦ତମ ଜନ୍ମଦିନ ପାଳନ ସମୟରେ କିମ୍ବା ଚଳିତ ବର୍ଷ ହେବାକୁ ଥିବା ଓ୍ବାନଡେ ବିଶ୍ୱକପ ସମୟରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରେ।

ସଚିନଙ୍କ ଅବସରର ୧୦ ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିବାକୁ ଯାଉଛି। ସଚିନ ଏହି ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ ଏବଂ ଏଠାରେ ସେ ନିଜ କ୍ୟାରିଅର୍‌ ମଧ୍ୟ ଆରମ୍ଭ କରିଥିଲେ। ଏପ୍ରିଲ ୨୩ରେ ତାଙ୍କ ୫୦ତମ ଜନ୍ମଦିନରେ କିମ୍ବା ଚଳିତ ବର୍ଷ ହେବାକୁ ଥିବା ଓ୍ବାନଡେ ବିଶ୍ୱକପ ସମୟରେ ସଚିନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରେ।

ସେପଟେ ସଚିନଙ୍କ ପ୍ରତିମୂର୍ତ୍ତି କେଉଁଠାରେ ସ୍ଥାପନ କରାଯିବ ସେନେଇ ନିଜେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ଷ୍ଟାଡିୟମରେ ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଆମୋଲ କାଲେ ମଧ୍ୟ ଉପସ୍ଥିତ ଥିଲେ। ଏହି ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା ଏବଂ ନିଜ ମୂର୍ତ୍ତି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ କ୍ୟାରିୟର ଏହି ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ଅନେକ ଅବିସ୍ମରଣୀୟ ସ୍ମୃତି ମିଳିଥିଲା ବୋଲି ସଚିନ କହିଛନ୍ତି।