ବିବାହ ପରେ ଶାଶୁ ଘର ଯିବା ବାଟରେ ପ୍ରେମିକ ସହ ଫେରାର ହେଲା କନିଆଁ

ଝାରସୁଗୁଡା : (ସଂକେତ ଟିଭି) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ସରିବା ପରେ କନ୍ୟାଘରୁ ବିଦାୟ ନେଇ ବର ଯାତ୍ରୀ ବାହାରିଲେ । ଶାଶୁ ଘର ଗାଁ ମୁଣ୍ଡରେ ଗାଡି ପହଂଚିବା ପରେ କନିଆଁ ବାନ୍ତି କରିବି କହି ଗାଡିରୁ ଓହ୍ଲାଇଥିଲା । ହେଲେ ନବବଧୂ ବାନ୍ତି କରିବ କଣ ପୂବର୍ରୁ ଛିଡା ହୋଇ ରହିଥିବା ପ୍ରେମିକ ସହ ବାଇକ୍‌ରେ ଫେରାର୍ ହୋଇଗଲା । ଏହି ଘଟଣା ଜଣାପଡିବା ପରେ କନ୍ୟାପକ୍ଷ ଓ ବରପକ୍ଷ ନିଷ୍ପତ୍ତି ଅନୁସାରେ କନ୍ୟାର ସାନ ଭଉଣୀକୁ ବିବାହ କରି ଥିବା ବର ଘରକୁ ଫେରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବରପାଲିର ଜଣେ ଯୁବତୀଙ୍କ ସହିତ ସିମଡେଗାର ନିକଟ ଗୋହରିଦଣ୍ଡ ଗାଁର ରାଜୁ ବେହେରାଙ୍କ ସହ ବିବାହ ଠିକ ହୋଇଥିଲା । ବିବାହ ସରିବା ପରେ ରାତି ସାଢେ ୧୦ଟାରେ ପରିବାର ଲୋକ ବରକନ୍ୟାଙ୍କୁ ବିଦାୟ ଦେଇଥିଲେ । ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନିଆ ବାନ୍ତି ଲାଗୁଛି କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ । ସେ ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ । ସେପଟେ କନିଆର କାକା ଗାନ୍ଧୀଛକ ଫାଣ୍ଡିରେ ନିଖୋଜ ଥିବାନେଇ ଅଭିଯୋଗ କରିଥିବା ଜଣାପଡିଛି ।