ପ୍ରତାରଣାର ଶିକାର ହୋଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା
କେନ୍ଦ୍ରାପଡ଼ା : (ସଂକେତ ଟିଭି) ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଥିଲେ ପ୍ରେମିକା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ଦୀର୍ଘ ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ଓ ଯାଜପୁରର ରଶ୍ମିତାଙ୍କ ମଧ୍ୟରେ ପବଜି ଖେଳ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାଜପୁର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା । ଦଶ ଦିନ ତଳେ ପୁରୀରେ ରଶ୍ମିତା ଓ ଜ୍ୟୋତିଶ ରଞ୍ଜନ ବିବାହ କରିଥିଲେ । ଏହାପରେ ଉଭୟ ହୋଟେଲରେ ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଏବେ ଜ୍ୟୋତିଶ ଆଉ ରଶ୍ମିତାଙ୍କୁ ଧରା ଛୁଆଁ ଦେଉନାହାନ୍ତି । ନ୍ୟାୟ ପାଇବା ପାଇଁ ରଶ୍ମୀତା ପ୍ରେମିକର ଘର ଆଗରେ ବସିଥିଲେ ।
ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନାହିଁ ବୋଲି ମନା କରିଦେଇଛନ୍ତି । ଅନ୍ୟପଟେ ପ୍ରେମିକା ରଶ୍ମିତା ବିବାହ ନହେବା ପର୍ଯ୍ୟନ୍ତ ପ୍ରେମିକ ଘର ସାମ୍ନାରୁ ଉଠିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ନିକିରାଇ ଥାନା ପୋଲିସ ପହଞ୍ଚି ରଶ୍ମିତାକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।